STORYMIRROR

Ajit Kumar Raut

Tragedy Inspirational

3  

Ajit Kumar Raut

Tragedy Inspirational

ଶିଶୁର କ୍ରନ୍ଦନ

ଶିଶୁର କ୍ରନ୍ଦନ

1 min
247


ମହାଶିବରାତ୍ରି ପବିତ୍ର ଦିନଟି


  ନିତ୍ୟକର୍ମ ସରି ନାହିଁ


ପୁତ୍ରର କ୍ରନ୍ଦନ ବନ୍ଦ ହେଉ ନାହିଁ


  ଆତୁର ହେଉଛି ମୁହିଁ।୧।


ରାତି ତିନିଟାରୁ କାନ୍ଦୁ ଅଛି ପୁତ୍ର


  କିକରିବି ସଖି କହ,


ମହାଦାନୀଙ୍କର ନଜର ପଡୁନିଁ


  କିକରିବି ମତେ କହ।୨।


ମୋ ସ୍ବାମୀ ଗଲେଣି ବଜାରକୁ ଏବେ


  ପୂଜା ନୈବେଦ୍ୟର ପାଇଁ,


ସଙ୍ଗ ହୋଇ ଯିବୁ ଶିବଙ୍କ ମନ୍ଦିର


  ପ୍ରଭୁଙ୍କ ପୂଜନ ପାଇଁ।୩।


ସୋଇ ପଡ ପୁଅ ବେଳ ହେଉ ଅଛି


  ସ୍ନାନଟି କରିବି ମୁହିଁ,


ତୋ ବାପା ଆସିଲେ ଗାଳି ଦେବେ ମତେ


  କହ କିକହିବି ମୁହିଁ।୪।


ଆତୁର ହେଉଛି ମନ ପ୍ରାଣ ମୋର


 କିକରିବି କହ ପ୍ରଭୁ,


ତହରି କରୁଣା ପୁଅ ପ୍ରତି ହେଉ


 ଦୟା କର ତୁମେ ପ୍ରଭୁ।୫।


ମହାଶିବରାତ୍ରି ପବିତ୍ର ଦିନଟି


 ନିତ୍ୟକର୍ମ ସରି ନାହିଁ,


ପୁଅର କ୍ରନ୍ଦନ ବନ୍ଦ ହେଉ ନାହିଁ


 ଆତୁର ହେଉଛି ମୁହିଁ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy