STORYMIRROR

CHINMAYEE PRADHAN

Romance Tragedy Classics

3  

CHINMAYEE PRADHAN

Romance Tragedy Classics

ଆଜି ବି ଖୋଜୁଛି ସେଦିନ

ଆଜି ବି ଖୋଜୁଛି ସେଦିନ

1 min
148


ଆଜି ବି ଆସୁଛି ବସନ୍ତ

ତା ମୃଦୁ ମଳୟକୁ ସାଥିରେ ନେଇ,

ହେଲେ କୁହ କାହିଁ ପାଇଁ 

ସେଇ ମଳୟରେ ମାଦକତା ନାହିଁ।


ଆଜି ବି ହେଉଛି ବଉଳ ଆମ୍ବ୍ରକାନନରେ

ଟାହିଆ ହଲେଇ,

ହେଲେ କୁହ କାହିଁ ପାଇଁ

ସେଇ ବଉଳରେ ଆଜି ବାସ ନାହିଁ।


ଆଜି ବି ଗାଉଛି କୋଇଲି

ଦୂର କାନନରେ କୁହୁ କୁହୁ ହୋଇ,

ହେଲେ କୁହ କାହିଁ ପାଇଁ

ସେଇ କୁହୁତାନେ ମାଧୁର୍ଯ୍ୟ ନାହିଁ ।


ଆଜି ବି ଆସୁଛି ଫଗୁଣ

ଦୋଳ ଯାତ ହୋଲି ସାଥିରେ ନେଇ,

ହେଲେ କୁହ କାହିଁ ପାଇଁ

ହୋଲି ଖେଳେ ଆଉ ମଜା ତ ନାହିଁ।


ଆଜି ବି ଖୋଜୁଛି ସେଦିନ

ଅନୁଭବ କରିବି ହୃଦୟ ଦେଇ,

ହେଲେ ତା'ର ପୂର୍ବ ପ୍ରତ୍ୟୟ

ଆଜି ଚାହିଁଲେ ବି ଫେରି ପାଏ ନାହିଁ ।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance