STORYMIRROR

Sunanda Mohanty

Romance Tragedy Others

3  

Sunanda Mohanty

Romance Tragedy Others

ପ୍ରେମ ଓ ପ୍ରତାରଣା

ପ୍ରେମ ଓ ପ୍ରତାରଣା

1 min
177


ପ୍ରେମ ସ୍ୱର୍ଗ ପ୍ରତାରଣା ନର୍କ

ଗତି ମୁକ୍ତି ନାହିଁ କଲେ ସମର୍ପଣ

ପ୍ରଜାପତିର ଡେଣା ଛିଣ୍ଡିଗଲେ

ସେ ଦହନ ଜାଣେ ଫୁଲ ଉପବନ

ଭଅଁର ଉଡି ଚାଲିଗଲେ

ଫୁଲର ଆଖିରୁ ନିଦାଘ ଶ୍ରାବଣ

କୁଞ୍ଜ ବନେ କହେଁଇର ବଇଁଶୀ ବାଜୁନାହିଁ

ଯମୁନା ନିଥର ଗୋପ ଗୋପାଳୁଣୀ ପଥର

କୃଷ୍ଣ ପ୍ରେମ ଥିଲା ଅଧର ପଣା ଦ୍ୱାପରର

ହେଲେ ଏବେ ସେସବୁ ପ୍ରେମ

କେବଳ ଛଳନା ଲାଞ୍ଛନା ଅପବାଦ ପ୍ରବଣ

ପ୍ରେମ ଶାଶ୍ୱତ ନିର୍ମଳ ବୋଲି ଉଦାହରଣ

ଧରାରେ ବସନ୍ତ ଆଗମନେ ସବୁଜ ତୋରଣ

ପ୍ରତାରଣା କଳଙ୍କ ସ୍ଥାପନ

ରାଧା ମୁଣ୍ଡେ ଅପବାଦ ଥିଲା ସିନା

କୃଷ୍ଣ ମଥୁରାକୁ ଗଲେ ନାଫେରିଲେ ନୁହେଁ

ପ୍ରତାରଣା ବରଂ ଉତ୍ସର୍ଗୀକୃତ ବାତାବରଣ

ସେଇଥିପାଇଁ ଏଯାଏଁ ହୋଇ ଉଡାହାରଣ

ରାଧା ନାମ କୃଷ୍ଣ ସାଥେ

ମୀରା ନାମ କୃଷ୍ଣ ଗୋତ୍ରେ ଓ ଗାତ୍ରେ

ଵେଦର ଗହ ଗହ ନାଦ ସମୀକରଣ

ରାଧା କୃଷ୍ଣ ଖେଳିବେ ଝୁଲା ବସନ୍ତେ

ପିକ ଗାଏ କୁହୁ ମଳୟ ଢାଳେ ମହୁ

ଫଗୁଣ ରଙ୍ଗ ପସରାର ସମ୍ମୋହନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance