STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

ସମାଜ ଆଖିରେ ଦୋଷୀ ସେହି

ସମାଜ ଆଖିରେ ଦୋଷୀ ସେହି

1 min
153


 ନିଶାଡିଙ୍କର କିଛି ଜାତି ନାହିଁ

 ଦଲାଲ୍ ଙ୍କର କେହି ସାଥୀ ନାହିଁ

  ବେଶ୍ୟାଙ୍କର କେହି ପତି ନାହିଁ

ଈର୍ଷାଳୁଙ୍କର କିଛି ମତି ନାହିଁ ।


  ଲୋଭୀଙ୍କର ଈଜ୍ଜତ୍ ପାଇଁ ଭୀତି ନାହିଁ

  ଚୋର ଲମ୍ପଟଙ୍କ ପାଶେ ପ୍ରିୟା ପ୍ରୀତି ନାହିଁ

ସତ୍ୟ ନ୍ୟାୟ ଧର୍ମୀ ବ୍ୟକ୍ତି ମାନଙ୍କ ପାଇଁ

ଭାଇ ବନ୍ଧୁ କୁଟୁମ୍ବର ଭାବ ପ୍ରୀତି ନାହିଁ

ସବୁ ନାହିଁ ନାହିଁ ଭିତରେ ବଞ୍ଚେ ଯେ

ପରିବାର ଭାଇ ବନ୍ଧୁଙ୍କ ସହାୟତା ପାଏ ନାହିଁ

ତା'ର କର୍ତ୍ତବ୍ୟ ପଥ ଧର୍ମ ପଥ

କେବଳ ଜୀବନ ଜୀଇଁବାର ଶୈଳୀ ତା ପାଇଁ

ସତ୍ୟନିଷ୍ଠ କେବଳ ଜୀଇଁ ରହିଥାଏ

ତା ଜୀବନେ କେବଳ ନାହିଁ ଆଉ ନାହିଁ ।


 ନୀତି ନୈତିକତା ଆଦର୍ଶକୁ

 ତା ଜୀବନେ ଆଦରି ନେଇ

ଶୂନ୍ୟତା ମଧ୍ୟରେ ବଞ୍ଚେ ସେହି

ସ୍ଵାର୍ଥ ଅର୍ଥେ ଯେ ମୋହ ରଖେ ନାହିଁ

ସେ ନିଃସ୍ଵ ଏ ସମାଜେ

ସମାଜ ଆଖିରେ ଚୋର ଅପାରଗ ସେହି

 ହେଲେ ନିଃସ୍ଵାର୍ଥପର ତା ଜୀବନେ

ନିଶାଖୋର, ବେଶ୍ୟାଖୋର 

 ଲୋଭୀ ହୋଇପାରେ ନାହିଁ 

ସେ ପାଇଁ ପରା 

 ନିଶାଡିଙ୍କର କିଛି ଜାତି ନାହିଁ

ଦଲାଲ୍ ଙ୍କର କେହି ସାଥୀ ନାହିଁ

ବେଶ୍ୟାଙ୍କର କେହି ପତି ନାହିଁ

ଈର୍ଷାଳୁ ଙ୍କର କିଛି ମତି ନାହିଁ

ତ୍ୟାଗୀ ମଣିଷଟି ଏସବୁର

 ଉର୍ଦ୍ଧ୍ବରେ ରହିଥାଏ ବୋଲି

ସମାଜ ଆଖିରେ ଦୋଷୀ ସେହି

 ସମାଜ ଆଖିରେ ଦୋଷୀ ସେହି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract