STORYMIRROR

Sunanda Mohanty

Abstract Others

3  

Sunanda Mohanty

Abstract Others

ସବୁ ଭୁଲ

ସବୁ ଭୁଲ

1 min
166


ଲୁହରେ ଦୀପାଳି ଜାଳି ହୁଏ 

କବିତା ରେ 

ପଶୁରଲୁହ ଦିଶେ ବାଇଗଣୀ ରଙ୍ଗ 

କ୍ଷୁଦ୍ର ଗଳ୍ପରେ 

ଦୁନିଆ ଟା ପ୍ରେମରେ ଚାଲେ ବା 

ପ୍ରେମ ବିନା ସ୍ଥବିର ପୃଥିବୀ 

ଲାଗେ ଉପନ୍ୟାସରେ 

ଆଉ ରାଜା ରାଣୀ, ଜହ୍ନମାମୁଁ 

ତାରା ଫୁଲ ସବୁକୁ ନେଇ 

ଲେଖା ଯାଏ କାହାଣୀ 

ଶିଶୁ ର ହସ କାନ୍ଦ ଭିତରେ 

ଜୀବନର ସୁନାଗଉଣି 

ସୁନା ଗାଁ ର ରୁପା ମୁକୁଟ ପିନ୍ଧା 

ଶିଶୁଲେଖାପାଇଁ ଲେଖିବି ଭାବିଛି ଏକ୍ଷଣି 

ସବୁ ପ୍ରଶ୍ନ ର ଉତ୍ତର ପାଇଯିବା ପରେ 

କେବେ ଆଶ୍ୱସ୍ତ 

କେବେଲାଗେ ହଜେଇଦେଲା ପରି 

ଚାରେଣି ଆଠେଣି 

ଭୁଲ ହୋଇଗଲା 

ଏଵେ ଚଳୁନି ବୋଲି ଭୁଲିଗଲିଣି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract