STORYMIRROR

Anil kumar Pradhan

Abstract

3  

Anil kumar Pradhan

Abstract

ଜୀବନ -01

ଜୀବନ -01

1 min
221


ଜୀବନ..!

ଜନ୍ମରୁ ମରଣ

କିଛି ପାଇବା

ଆଉ,

ହରେଇବାର

ଚିହ୍ନ ।


ଜୀବନ..!

ଅମୃତ ର ଦାନ

ପ୍ରେମଭରା

ଆଉ,

ଘୃଣାର ସ୍ପନ୍ଦନ l


ଜୀବନ..!

ଯାଦୁ ର ଘର

କିଛି ପୂର୍ଣ୍ଣ 

ଆଉ,

କିଛି ଚୂର୍ଣ୍ଣର

ପ୍ରମାଣ l


ଜୀବନ..!

ମରୀଚିକା ମୟ

ମୋହ ର ସପନ l


ଜୀବନ..!

କେବେ,

ପୂର୍ଣ୍ଣମା ରାତି

ଆଉ,

ପୁଣି ଡହ ଡହ ସୂରୁଜ ର ତାତି l


ଜୀବନ..!

ପାହାଡି ଝରଣାର ସ୍ୱର

ବଣୁଆ ଗଛର ବାସ୍ନା

ଆଶା

ଆଉ,

ନିରାଶା ର ରଚନା l


ଜୀବନ !

ଜଳନ୍ତା ଜୁଇ

ବିଷାକ୍ତ ବେଳାର ରିଣ ଝିଣ ଶବ୍ଦ

ହୁତୁହୁତୁ ଜଳୁଥିବା ନିଆଁର ପାଉଁଶ

ଆଉ,

କିଛି ଅବଶୋଷ l


ଜୀବନ !

କଞ୍ଚା ହାଡ଼ -ମାଂସ-ରକ୍ତ ର

ଏକ ମାଟି ଘଟ

ଏନ୍ତୁଡ଼ି ର କୁଆଁ କୁଆଁ

ଆଉ,

ସମୟକୁ ଫାଙ୍କି ଦେଇ

ବଞ୍ଚିବାର ଏକ

ଅଦେଖା ବାଟ l


ଜୀବନ !

ଜାଣି ଶୁଣି

ଅଜଣା ହେବାର ସୂତ୍ର

ମରି ମରି

ବଞ୍ଚିବାର ଏକ

ପରମ ମନ୍ତ୍ର l



Rate this content
Log in

Similar oriya poem from Abstract