STORYMIRROR

Anil kumar Pradhan

Fantasy

3  

Anil kumar Pradhan

Fantasy

ଆଜନ୍ମ ପ୍ରେମ

ଆଜନ୍ମ ପ୍ରେମ

1 min
215


ଭଲ ପାଏ ଛଅ-ଋତୁ, ସାତ-ରଙ୍ଗ

    ଜୀବନର ପଞ୍ଚଭୂତ

ପ୍ରେମ କରୁଥାଏ  ସ୍ମୃତିର ଫରୁଆ

   ଯେଉଁଠି ତୁମେ ହିଁ ସତ ll


ତୁମ ପ୍ରେମ ପାଇଁ ଏ ସାରା ଜୀବନ

     ଅଳପ ଯାଉଛି ପଡି

ଗ୍ରୀଷ୍ମ,ମେଘାକାଶ ଫଗୁଣ ଆକାଶ

    ବୟସ ବି ଯାଏ ଗଡ଼ି ll


ଏ କଳି ସଂସାରେ ତୁମରି ଯାଦୁ ରେ

    ଖାଲି ପ୍ରହେଳିକା ମୟ

ଜାଣେ ନାହିଁ ତୁମ କାୟl ମାୟା ଖେଳ

    ଖାଲି ତୁମ୍ଭ ପାଖେ ଲୟ ll


କେବେ ତୁମ୍ଭେ ମୋତେ କରିବ ଆପଣା 

   ସେ ସମୟ ଖାଲି ବାକି

ନାହିଁ ଦରକାର    ହିସାବ କିତାବ

   ତୁମ୍ଭଠାରେ ସଦା ମତି ll


ଏକାକାର ହେଲେ ଏ ଜୀବ ଜନମ

    ତୁମରି ପ୍ରେମ ଜଗତେ

ସତ୍ୟ, ଶାଶ୍ୱତ  ସାର୍ଥକ ମନ୍ତ୍ରରେ

   ଧନ୍ୟ ହେବି ଏ ମରତେ ll

        



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy