ରକ୍ତ ପାଇଁ ଲଢ଼ିବା
ରକ୍ତ ପାଇଁ ଲଢ଼ିବା


ଇତିହାସ ଆମ
ରକ୍ତରେ ଗଢ଼ା
ରକ୍ତ ପାଇଁ ଲଢ଼ିବା
ଜନମ ଭୂମିର
ସୁରକ୍ଷl ପାଇଁ
ଜୀବନ ବି ଢାଳିଦିବା ... (ଘୋଷ )
କେତେ ବଳିଦାନ
ଦେଇଛି ଏ ମାଟି
କେତେ ମୁଣ୍ଡ କlଟ
ସହିଛି ତା ଛାତି
ତାହାକୁ କେବେ ନ ଭୁଲିବା ....(ଘୋଷ )
କୋଟି କୋଟି ମାଆ
କାନ୍ଦିଛି ତା ବକ୍ଷେ
ଲୁହ ନୁହେଁ ଲହୁ ଝରାଇ
ଯୁବା ବୀର ପୁଅ
ଯୁଦ୍ଧକୁ ଯାଇକି
ଯେବେ ଫେରି ନପାରଇ
ବୀରପ୍ରସବିନି ଝୁରିବା... (ଘୋଷ )
କେତେ କାରାଗାର ଭୋଗିଛି
ଗୁଳିଗୁଳା ହସି ଖାଇଛି
ଜନମ ମାଟିର ସୁରକ୍ଷା ନିମିତ୍ତ
ଏ ମାଟି ମଣିଷ,
ଏ ମାଟିରେ ନିତି ଜଳିଛି
ପରିବାର ପ୍ରେମ ଭୁଲିଛି
ତାର ବୀର ପଣ
ନ ଭୁଲିବା ପାଇଁ
ନିତି ତାଙ୍କୁ ମନେ ରଖିବା .. (ଘୋଷ )
ଏମାଟିର ବୀର ରକ୍ତ ସବୁ
ଆସ ରକ୍ତମୁଖା ହୋଇ
ରକ୍ତକୁ ଆମ ରଖିବା ସାଇତି
ଜୀବନକୁ ଢାଳିଦେଇ....
ଇତିହାସ ଆମ
ରକ୍ତରେ ଗଢ଼ା
ରକ୍ତ ପାଇଁ ଲଢ଼ିବା
ଜନମ ଭୂମିର
ସୁରକ୍ଷା ପାଇଁ
ଜୀବନ ବି ଢାଳିଦେବା l