ଗଢିବାର ଅଛି ଗନ୍ଧମାର୍ଦ୍ଧନ
ଗଢିବାର ଅଛି ଗନ୍ଧମାର୍ଦ୍ଧନ
ଯୁଦ୍ଧ ଏ ଭୂମିରେ ଶଙ୍ଖ ଫୁଙ୍କିଲାଣି
ବୀର ଭୂମି ଖୋଜେ ରକ୍ତ
ଧର୍ମ ଚିତ୍କାରୁଛି ତ୍ରାହି ତ୍ରାହି ବୋଲି
ଅଧର୍ମ ହୋଇଛି ଶକ୍ତ l
ସ୍ଥାନ କାଳ ପାତ୍ର ଚୟନ ସରିଛି
ବିଷ ଦେହେ ଭେଦି ନାହିଁ
ଚେତାଶୂନ୍ୟ ସ୍ଥିତି ଏଯାଏଁ ଆସିନି
ଚିନ୍ତା ତେଣୁ କା'ର କାହିଁ ?
ଉଠ ଦେଖ ବାରେ ଇତିହାସ ଯୁଦ୍ଧ
ସଂକଳ୍ପ ଧରି ମନରେ
ଗର୍ଜନ କର ସେନା ଟିଏ ସାଜି
ରାଷ୍ଟ୍ର ଗଠନ ପଥରେ l
ବେଳ ଥାଉ ଥାଉ ଜାଗ ହେ ପ୍ରହରୀ
ଅନ୍ଧାରକୁ ଚିରି ଦେଇ
ମନ ତରବାରି ତୀକ୍ଷ୍ଣ କରି ଗଢ଼
ମେରୁ ଶୃଙ୍ଗ ଯିବେ ଶୋଇ l
ସେନା ଚରିତ୍ରରେ ପଡ଼ିଅଛି ପାଳି
ସୀତାମାତା ରକ୍ଷା ପାଇଁ
ଗଲେ ଯାଉ ପଛେ ଏ ଜନ୍ମ ଜୀବନ
କାୟା ମାୟା ଡର ନାହିଁ ll
ଗଢିବାର ଅଛି ଗନ୍ଧମାର୍ଦ୍ଧନ
ମୃତ୍ୟୁ ସଞ୍ଜିବନୀ ଖଞ୍ଜି
ଦେଖିବାର ଅଛି ସାତ ସମୁଦ୍ରକୁ
କିଏ ଯାଉଅଛି ଲଙ୍ଘି ?
ପାପର ପ୍ରଶୟ ଦେଇଅଛ ଯେବେ
ସତ୍ୟ ବି ଗଢ଼ିବ ତୁମେ
ରକ୍ତ ଛିଟା ଶବ ଦେଖିକି ଜିଣିବ
ଏହି ପୂଣ୍ୟର ଧାମେ ll