STORYMIRROR

Anil kumar Pradhan

Abstract

3  

Anil kumar Pradhan

Abstract

ରଙ୍ଗ ମଞ୍ଚର ରଙ୍ଗ

ରଙ୍ଗ ମଞ୍ଚର ରଙ୍ଗ

1 min
131


ଏଡେ ରଙ୍ଗମଞ୍ଚ ଏତେ କଳାକାର

କିଏ ବା ହିସାବ ରଖିବ

ଦର୍ଶକ ମନରେ ବାନ୍ଧିଦେଲେ ବସା

ଜୀବନ ସାର୍ଥକ ହୋଇବ ll


ଭଲ ହେଉ ଅବା ମନ୍ଦ ଅଭିନୟ

ତା' ପାଖେ ଅଛି ତୋ ଖାତା

ଯିଏ ଯାହା କହୁ ଯାଏ ଆସେ ନାହିଁ

ସେଇ ହିଁ ଭାଗ୍ୟ ବିଧାତା ll


ଯାହାର ହାକିମ ପାଇକି ଆସିଛେ

ତାହାର ମାନଟି ରଖିବା

ନାମ ନ କରିଲେ ଚଳିବ ତାହାର

ନାମ ଅବା କାହିଁ ଛାଡ଼ିବା ll


ଆସୁ ଯେତେ ବାଧା ସୁଖ, ଦୁଃଖ, ଧୁନ୍ଦି

ଅଛନ୍ତି ସେ ଆମ ପାଖେ

ଜୀବନ ଜଞ୍ଜାଳ ହେଉ ଉବୁଟୁବୁ

ତଥାପି ସେ ଆମ ମୁଖେ ll


ଗଲେ ଯାଉ ପଛେ ଏହି ଯାତ୍ରା ସରି

ପାହିଗଲେ ପାଉ ରାତି

ହଜାର ହଜାର ଯୁଗ ପାଇଁ ତାଙ୍କୁ

ନ ଭୁଲିବ ଏହି ମତି ll



Rate this content
Log in

Similar oriya poem from Abstract