STORYMIRROR

Anil kumar Pradhan

Action Fantasy

3  

Anil kumar Pradhan

Action Fantasy

ସିନ୍ଦୂର_୧

ସିନ୍ଦୂର_୧

1 min
7


            

ରକ୍ତ ରେ ଜଳେ ନିଆଁ l 

ନିଆଁ ରେ ଜଳେ ଦୁନିଆଁ l 

ଦୁନିଆଁ ଜଳିଲେ ଧୂଆଁ l 

ଧୂଆଁ ରେ ସରେ କିମିଆଁ !

----------------------------------------

      ( କ)

ପବିତ୍ର ମାଟିରେ

ପ୍ରେମ ରେ ବି ଢ଼ାଳି ଦେଉ 

ଗଢ଼ି ଏକ ବନ୍ଧନ ର ସେତୁ

ବିଶ୍ୱାସ ର ହେତୁ l

      (ଖ )

ଅମୃତ ସିଞ୍ଚି ଦେଲେ

ଗଢ଼ି ହୁଏ,

ଅନେକ ପୃଥିବୀ !

ରାଗି ଗଲେ କାଳ ମୁଖୀ

ସୃଷ୍ଟି ବିନାଶିନୀ

ବିକଟାଳ ଛବି !

     (ଗ)

ଲାଲ୍ ସିଏ 

ରଚିପାରେ

ରକତ ର ଭୂଇଁ 

ଶତ୍ରୁ ପାଇଁ ଅଭିଶାପ

ମିତ୍ର ପାଇଁ ମୃତ୍ୟୁ ଆଗେ ଠିଆ

ହୋଇ ପାରେ ସେହି l

      (ଘ)

ବିନ୍ଦୁଏ ରେ 

ସିନ୍ଧୁ ର ସମ୍ପର୍କ

ସିଏ ଅବା ବୁଝିବ ବା କାହିଁ ?

ଯାହା ପାଇଁ ଏ ଅମୃତ ଯୋଗ 

ମୂଲ୍ୟହୀନ ଯାଏ ନିତି ହୋଇ

ବିଜ୍ଞାନ ଓ ହେତୁବାଦୀ 

ଶବ୍ଦ ସବୁ ପାଇଁ l

-------------------------------------

         


Rate this content
Log in

Similar oriya poem from Action