ମୁଠାଏ ଶୀତ
ମୁଠାଏ ଶୀତ


କୁଡ଼ିଆ ଓ କୋଠା ର କୁହୁକ l
ମୁଠାଏ ଶୀତ
ଯିଏ ନ ଦେଖିଛ ଦେଖ !
ଆଙ୍ଗୁଳି ଚାପି ଆଣିଛି
ପାହାଡ଼ କନ୍ଦିରୁ,
କୁଡ଼ିଆ ପାଖ ଅନ୍ତରା
ଆଉ,
ଅଳନ୍ଧୁ ମଡ଼ା ବେସାହାରା ଘରୁ l
ଦେଖ ! ଆଖିଭରି ଦେଖ
ଏ ମୁଦ୍ରିତ ମୁଠିରେ
କେମିତି ଥରୁଛି ?
ବର୍ତ୍ତମାନ, ଭବିଷ୍ୟତ ଓ ଅତୀତ
ଆଉ ଟିକିଏ
ଅନୁଭବ କର ଏ ଶୀତ କୁ
ଭୂମି ଠୁଁ ଭୂମା ଯାଏ,
ଭୁଲିଯାଇ ପ୍ରହେଳିକା ସବୁକୁ l
ମୁଠାଏ ଶୀତ
ଯିଏ ନ ଦେଖିଛ ଦେଖ !
ଶୀତ ସବୁ ମୁକ୍ତି ର ସନ୍ଧlନେ
ପାପୀ ଆଉ ପାପ ର ବନ୍ଧନେ
ସ୍ମରୁଥାଏ ଜୀବନର
ଦୁଃଖ ଓ ସୁଖ l
ଦେଖ, ଆଖିଭରି ଦେଖ
ମୁଠାଏ ଶୀତ
ଯିଏ ନ ଦେଖିଛ ଦେଖ l