STORYMIRROR

Anil kumar Pradhan

Inspirational

3  

Anil kumar Pradhan

Inspirational

ତିନୋଟି ସ୍କେଚ

ତିନୋଟି ସ୍କେଚ

1 min
144

ତିନୋଟି ସ୍କେଚ

 ----------

ଏକ :ଓଲଟା ବୃକ୍ଷ

   


ଘର ଭିତରେ ମୋ ଶଙ୍ଖ ବାଜୁଅଛି

ଈଶ୍ୱର ଅଛନ୍ତି ବାହାରେ

ବର ନ ମିଳଇ ବରଷ ବରଷ

ପୂଜା କରୁଅଛି ବୃଥାରେ l 


ଦେବତା ଦେବତା ସୁତୁରା ସୁତୁରି

ବଲ ବଲ ଦେଖୁଥାନ୍ତି

ଆମେ ଯେତେ ସବୁ ନିର୍ଲଜ ଭକତ

ପୂଜା ପାଇଁ ହାତାହାତି ll

---------

ଦୁଇ : ଶକ୍ତି ସନ୍ଧାନ 

   

ଯୁଦ୍ଧ ଯେବେ ବନ୍ଧୁ କରିବାର ଅଛି

ନିଜ ସହ ଯୁଦ୍ଧ କର

ଅନ୍ୟ ସାଥେ ଯେବେ ଲଢେଇ କରିବ

ଦୁଃଖ ଖାଲି ଦୁଃଖ ଭାର ll


ମାରିବାର ଅଛି ମାର ଅହଂକାର

ବିଦୀର୍ଣ୍ଣ କରି ମତିକୁ

ରକ୍ତ ଯଦି ଲୋଡ଼ ଫୁଟୁ ସ୍ଵଶରୀର

ଗର୍ବ ନାଶ ରଡ଼ି ଡାକୁ ll

----------

ତିନି : ସତୁଆ ସାହି

   

କାହା ପାଇଁ ଏତେ ଲୋଭ ଜୀବନରେ

କାହାକୁ କରୁଛୁ ଡର

ଏ ଭବ ସାଗର ସବୁ ହେବ ପର

ଭୁଲିଯିବୁ ନିଜ ଘର ll


ମୋର ମୋର କହି ଏ ମର ଶରୀର

ମଶାଣୀରେ ଯିବ ମିଶି

ଏତେ ଦୁଃଖ ଆଉ କରୁ କାହା ପାଇଁ

ବଞ୍ଚିଯା ଜୀବନେ ହସି ll 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational