STORYMIRROR

Anil kumar Pradhan

Inspirational

4  

Anil kumar Pradhan

Inspirational

ଏବେତ ନିଶାରୁ ବାହାର !

ଏବେତ ନିଶାରୁ ବାହାର !

1 min
16


ଉଠ ମୋର ଭାଇ, ଉଠ ମୋ' ଭଉଣୀ 

ଉଠ ମୋର ଯୁବଗୋଷ୍ଠୀ 

ଦୁର୍ନୀତି ହଟାଇ, ଜୀବନେ ଆଗେଇ 

ହକ୍ ପାଇଁ ଯାଅ ତାତି 

ବିଶ୍ୱ ଦେଖୁ ତୁମ ଶକ୍ତି 

ଯୋଡ଼ିପାର ତୁମେ, ଛେଦି ପାର ତୁମେ 

ତୁମ ହାତେ ସଦା ନିକିତି

ଜାତି, ମାଟି ଆଉ ଭବିଷ୍ୟତ ପାଇଁ 

ଭୁଲିପାର ତୁମେ ପ୍ରିୟ,ପରିଜନ,ପ୍ରାପତି 

ଭୀରୁ ନୁହେଁ ତୁମେ ପୁଣ୍ୟମୟୀ ର 

ଅମୃତ ସନ୍ତାନ ସନ୍ତତି l 


ଡରିବାର ନାହିଁ, ଫେରିବାର ନାହିଁ 

ମୃତ୍ୟୁ ନାଚିଲେ ବି ମୁଣ୍ଡରେ 

ଦୁର୍ନୀତି ଯେ' କରେ କେବେ ଛାଡ଼ନାହିଁ 

ପ୍ରାଣ ଥିଲା ଯାଏଁ ପିଣ୍ଡରେ 

ବିଶ୍ୱ ଥରୁ ତୁମ ସ୍ୱରରେ 

ଗଢ଼ିପାର ତୁମେ, ଭାଙ୍ଗିପାର ତୁମେ 

ତୁମେ ତ, ଭକ୍ତିର ଭକତ 

ଜାତି, ମାଟି ଆଉ ସ୍ୱାଭିମାନ ପାଇଁ 

ଭୁଲିପାର ନିଜ ରକତ 

ଲଢ଼ୁଆ ମୋ' ଭାଇ, ଭଉଣୀ ହେ ଉଠ !

ବିଶ୍ୱ ହେଉ ସ୍ତମ୍ଭିଭୂତ 

ମାଟି, ମାଆ ହେଉ ଗର୍ବିତ l 


କରିବାର ନାହିଁ ଦୁର୍ନୀତି ଜୀବନେ 

କଟିଗଲେ ଯାଉ ହାତ,

ନମିଳିଲେ ନାହିଁ ଭାତ 


ସବୁ ଦେଖୁଛନ୍ତି ଜଗତ କରତା 

ଦୋଷୀକୁ ଦାଣ୍ଡିବା ସତ l


ବେଳ ନାହିଁ ଆଉ ବେଳ ନାହିଁ 

ସମର୍ପଣ କରି ନିଜକୁ ତା' ପାଦେ 

ଜପୁଥାଅ ଖାଲି ମହାବାହୁ 

ମାଟିକୁ, ମାଆକୁ ଉଦ୍ଧରିବେ ସେହି 

ବିଶ୍ୱ ବନ୍ଦିତ.......

ସମଗ୍ର ସୃଷ୍ଟିର ପ୍ରାଣବାୟୁ l 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational