STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ପାର୍ବଣ ଋତୁର ଅପୂର୍ବ ଛଟା

ପାର୍ବଣ ଋତୁର ଅପୂର୍ବ ଛଟା

1 min
197


ଅପୂର୍ବ ଛଟାରେ ସୁସଜ୍ଜିତ ହୁଏ

ପାର୍ବଣ ଋତୁର ଦୃଶ୍ୟ,

ସୁଶୋଭିତ ହୁଏ ପଵିତ୍ର ଧରଣୀ

ଜଳମଗ୍ନ ପରି ଦୃଶ୍ୟ।୧।


ତୀବ୍ର ଗତି ହୁଏ ଜଳଧାରା ପୁଣି

ନଦୀ ନାଳ ଜଳ ପୂର୍ଣ୍ଣ,

ସତେ କି ଧରଣୀ ଜଳମଗ୍ନ ହେଲା

ଚତୁର୍ଦ୍ଦିଗ ଜଳପୂର୍ଣ୍ଣ।୨।


ସବୁଜ ଦୃଶ୍ୟଟି ମନ ମୁଗ୍ଧ କରେ

ପାର୍ବଣ ଋତୁର ଛଟା,

ମନ ମୁଗ୍ଧ କରେ ଜନମାନସଙ୍କୁ

ସୁଗନ୍ଧିତ ଋତୁ ଛଟା।୩।


ସୁନ୍ଦର ସଙ୍ଗୀତ ଗୁଞ୍ଜନ କରୁଛି

ପାର୍ବଣ ଋତୁ ହିଁ ଏହି,

କୃଷକ ସଙ୍ଗୀତ ମନ୍ତ୍ରମୁଗ୍ଧ କରେ

ଅପୂର୍ବ ଦୃଶ୍ୟଟି ଏହି।୪।


ଚାଷ କାର୍ଯ୍ୟେ ଚାଷୀ ଲାଗି ରହିଥାନ୍ତି

ଫସଲ ଉପାର୍ଜନ ପାଇଁ,

ସଙ୍ଗେ ଆରାଧନା ବସୁମତୀ ମାତେ

ଲକ୍ଷ୍ମୀପୂର୍ଣ୍ଣ ହେବା ପାଇଁ।୫।


ବଡ଼ଠାକୁରଙ୍କ ରଥଯାତ୍ରା ପୁଣି

ଲକ୍ଷ୍ମୀ ଠାକୁରାଣୀ ପୂଜା,

ପର୍ବ ପର୍ବାଣୀର ପାର୍ବଣ ଋତୁଟି

ଇଷ୍ଟ ଦେବୀ ଦୁର୍ଗା ପୂଜା।୬।


ଇଷ୍ଟ ଦେବୀ ପୂଜା ମାତା ଦୁର୍ଗାଙ୍କର

ପାର୍ବଣ ଋତୁରେ ହୁଏ,

ଖୁସି ଆନନ୍ଦରେ ପୁରି ଉଠେ ଭୂମି

 ଭକ୍ତିପୂର୍ଣ୍ଣ ଭୂମି ହୁଏ।୭।


ବଡ଼ଦେଉଳରେ ଭକ୍ତ ସମାଗମ

ପ୍ରଭୁ ରଥଯାତ୍ରା ତହିଁ,

କୋଟି କୋଟି ଭକ୍ତ ତହିଁ ଆଗମନ

ଅପୂର୍ବ ଗୌରବ ତହିଁ।୮।


ପାର୍ବଣ ଋତୁରେ ପର୍ବ ଆଗମନ

ଦେବ ପୂଜା ହୁଏ ପୁଣି,

ଦେବୀ ମାତାଙ୍କର ପୂଜିବା ଋତୁ ହିଁ

ଗୌରବମୟ ଏ ପୁଣି।୯।


ଅପୂର୍ବ ଛଟାରେ ସୁସଜ୍ଜିତ ହୁଏ

ପାର୍ବଣ ଋତୁର ଦୃଶ୍ୟ,

ସୁଶୋଭିତ ହୁଏ ପବିତ୍ର ଧରଣୀ

ଜଳମଗ୍ନ ପରି ଦୃଶ୍ୟ।୧୯।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational