ବିବାଦ
ବିବାଦ
ଜୀବନେ ଅନେକ ବିବାଦ ଆସେ
କିଛି ବିବାଦ ପାଇଁ ଜଗତ ହସେ
ଘରେ ଘରେ ଲାଗୁଛି ବିବାଦ
ହେଲେ କେବେ ହେବ ବିବାଦର ଅନ୍ତ
ପିତା ପୁତ୍ର ବିବାଦ ପାଇଁ ଅଶାନ୍ତି ହୁଏ
ପିତା ପୁତ୍ରକୁ ପର କରିଦିଏ
ଭାଇ ଭାଇରେ ବିବାଦ ହୁଏ
ଘରେ ଘରେ ପାଚେରୀ ପଡ଼ିଯାଏ
ସ୍ୱାମୀ ସ୍ତ୍ରୀରେ ବିବାଦ ହୁଏ
ଏଇ ବିବାଦ ପାଇଁ ଛାଡ଼ପତ୍ର ହୁଏ
ଦୁନିଆରେ ସବୁଠି ବିବାଦ ହୁଏ
ବିବାଦ ଯୋଗୁ ରକ୍ତପାତ ହୋଇ ଯାଏ
ଯେବେ ସବୁରି ପାଇଁ ହୃଦୟେ ସ୍ନେହ
ପ୍ରେମ ରହିବ
ସଭିଙ୍କ ବ୍ୟବହାର ଯେବେ ଉତ୍ତମ ହେବ
ବିବାଦର ଅନ୍ତ ହୋଇଯିବ
ସବୁଠି ଶାନ୍ତି ସ୍ଥାପନା ହେବ
