STORYMIRROR

Mamatamanjari Das

Inspirational

3  

Mamatamanjari Das

Inspirational

ମମତାର ମୂର୍ତ୍ତି ମାଆ

ମମତାର ମୂର୍ତ୍ତି ମାଆ

1 min
12.9K


ସରଗୁ ସୁନ୍ଦର ମରତେ ଅମୃତ

ଯାହାର ଅମୃତ ଛୁଆଁ

ଯା'ପଣତ ତଳେ ଦୁଃଖ ଯାଏ ଚାଲି

ସିଏ ତ ଆମର ମାଆ ।

ଯାହା ପାଇଁ କେବେ ଲୋଡ଼ାପଡେ ନାହିଁ

ଚୂଆ,ଚନ୍ଦନ କି ଧୂପ ଦୀପ

ଥରୁଟିଏ ଖାଲି ନାମ ତା'ର ନେଲେ

ମିଳିଯାଏ ସ୍ୱର୍ଗ ସୁଖ ।

ଜୀବନ ବହିର ବର୍ଣ୍ଣବୋଧ ପରେ

ପ୍ରଥମରେ ଯେଉଁ ଅକ୍ଷର ଦିଶେ

ସେହି ଅକ୍ଷରର ପ୍ରଥମ ଶଦ୍ଦରେ

ଜୁଳୁ ଜୁଳୁ ହୋଇ ତା'ମୁହଁ ଦିଶେ ।

ପଞ୍ଚ ଗୁରୁ ମଧ୍ୟେ ମାଆର ଆସନ

ପ୍ରଥମ ଗୁରୁଟି ଜାଣ

ତାହାରି ଶିକ୍ଷାର ପ୍ରଥମ ସୋପାନ

ଆମ ଜୀବନ ପ୍ରେରଣା।

ଦୁଃଖ ସୁଖ ଯେତେ ସଂସାର ଯନ୍ତ୍ରଣା

ହୃଦୟରେ ରଖେ ଚାପି

ସନ୍ତାନ କୁ କେବେ ଜଣାଏ ନାହିଁ ସେ

ନିଜେ ହେଉ ଯେତେ ଦୁଃଖୀ ।

ମାଆ ଅଟେ ଆମ ମମତା ର ମୂର୍ତ୍ତି

ତା'ବିନା ସବୁ ତୁଚ୍ଛ

ମନ୍ଦିର ଯାଇକି କି ଲାଭ ପାଇବ

ଘରେ ପୂଜ ମାଆକୁ ଜୀବନ୍ତ ।

ଏ ଦେହ ଦେଉଳର ସୃଷ୍ଟିକର୍ତ୍ତା ସିଏ

ଯିଏ ଦେଇଛି ଆମକୁ ଜନ୍ମ

ତା'ଚରଣ ଛୁଇଁ ତା'ରୂପ ଧ୍ୟାଇଲେ

ମିଳିଯିବ କୋଟି ପୁଣ୍ୟ।

ମମତା ମଞ୍ଜରୀ ଦାସ,ବାଲିସାହି,ମଧୁପାଟଣା,କଟକ

ଦୂରଭାଷ--୯୭୭୭୪୭୩୨୭୭


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational