Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anam Charan Sahoo

Inspirational

5.0  

Anam Charan Sahoo

Inspirational

ମା'

ମା'

1 min
6.9K


ତୁଣ୍ଡେ ମାଆ ନାମ ପୀୟୂଷର ସମ

ଦୁଃଷ୍ଟ କଷ୍ଟ ନିଏ ହରି

ଶବଦ କୋଷରେ ଶବଦ କାହିଁରେ

ମଧୁୁୁର ତାହାଠୁ ଭାରି ।

ତା ପଣତ ଠାରୁ ସୁରକ୍ଷିତ ସ୍ଥାନ

କାହିଁ ଏ ତରଣୀ ତଳେ

ଅସହଜ କାମ ହୁଅଇ ସହଜ

ତା'ର ଆଶୀର୍ବାଦ ବଳେ ।

ତାହାପରି ମାଳୀ ଶ୍ରେଷ୍ଠ ସେବାକାରୀ

ଆଉକେ ହୋଇବ କୁୁୁହ

କଣ୍ଟକିତ ପଥ ପୁଷ୍ପରେ ସଜ୍ଜିତ

କରେ ଦେଇ ଲହୁ ଲୁହ ।

ତା ହସ୍ତ ବ୍ଯଞ୍ଜନ ସୁୁସ୍ବାଦୁ ସମାନ

ଭୋଜନ ମିଳେ କି କାହିଁ

ପଢିିିକେ ପାରିିବ ବକ୍ଷ ତଳ ଭାବ

ମୁଖ ମଣ୍ଡଳକୁ ଚାହିଁ ।

ତାହାପରିି ବନ୍ଧୁ ସେନେହର ସିନ୍ଧୁ

ମମତାର ମଧୁଝର

ନ ମିିିଳଇ କାହିଁ ଜାଣି ରଖ ତୁହି

ତା ପାଦେ ସରଗପୁର ।

କୋଟିଏ ତୀର୍ଥର ଯେତେ ପୁଣ୍ୟ ଫଳ

ତା ପଦ ସେବିଲେ ମିଳେ

ସମସ୍ତ ତୀର୍ଥର ସେହି ତୀର୍ଥେଶ୍ବରୀ

ଏ ଭବ ସଂସାର ତଳେ ।


Rate this content
Log in

Similar oriya poem from Inspirational