STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ଗଢିବା ସୁନାର ଭାରତ

ଗଢିବା ସୁନାର ଭାରତ

1 min
13.4K


ଏହି ସୁନାର ଭାରତେ ଜନମି ଥିଲେ ତ

କେତେ ସୁଯୋଗ୍ୟ ଦାୟାଦ,

ମା’ ମାଟି ଆଉ ମାତୃଭୂମି ପାଇଁ

କାର୍ଯ୍ୟ କରିଥିଲେ ମହତ।

ତାଙ୍କରି ଦାୟାଦ ଆମେ ଯୁବଗୋଷ୍ଠୀ

ଗଢିବା ସୁନାର ଭାରତ,

ଭାଷା,ଶିକ୍ଷା, ଶିଶୁ, ଦେଶ ଉନ୍ନତିରେ

କରାଯିବା କାର୍ଯ୍ୟ

ନ ରଖି ସ୍ଵାର୍ଥ ।

ଭାଷାର ବିକାଶ ସବୁଠି ଶୁଭୁଛି

ହୁଏ ଭାଷା ଆନ୍ଦୋଳନ,

ଶିଶୁର ବିକାଶ,ନାରୀର ସୁରକ୍ଷା

ହୁଏ ନାରୀ ଜାଗରଣ।

ହେଲେ କହିବେ କି

ଏତେ ପରେ ବି କାହିଁକି ହୁଏ ଏମିତି?

ଏଠି ଅଭାବ ,ଘୋର ଅଭାବ

ଯୁବ ଶକ୍ତିର ଘୋର ଅଭାବ।

ଆଗେଇ ଆସ ମୋ ଯୁବ ଶକ୍ତି ବନ୍ଧୁ

କରିବା ମହତ କାମ,

ସୁନାର ଭାରତେ ସୁନାର କିରଣ

ବିଞ୍ଚିବା କରି କରମ।

ଏକା ବିଲେ ଦିନେ ଚମକାଇ ଥିଲା

ସାରା ଚିକାଗୋ ସହର,

ତାଙ୍କରି ଗୁଣରେ ଗୁଣିୟାନ ହୋଇ

କୀର୍ତ୍ତି ରଖିବା ଅମର।

ମୁକ୍ତିର ମଶାଲ ସବୁଠି ଜାଳିବା

ସତ୍ୟ,ଧର୍ମ ପଥେ ରହି,

ସୁନାର ଭାରତେ ସୁଖରେ ରହିବା

ଉଜ୍ଜ୍ଵଳ ହୋଇବ ମହୀ ।

ପ୍ରଣତି ମହାପାତ୍ର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational