ବୁଝି ଯିବୁ ଜୀବନର ବଞ୍ଚିବା ଭାଷା
ବୁଝି ଯିବୁ ଜୀବନର ବଞ୍ଚିବା ଭାଷା
ମନ ପାରାରେ , କେଉଁଠି ତୁ ବାନ୍ଧିବୁ ବସା
ନାହିଁ ଗଛ,ବୃକ୍ଷ ମରିଯାଉଛି ଆଶା ।।
ଦିନର ସୂରୁଯ ଆଉ ରାତିର ଜହ୍ନ
ନିସ୍ତେଜ ଦିଶଇ ତାର ଜ୍ୟୋତି ମଳିନ
ବହୁନି ମଳୟ ବାଆ ,
ପ୍ରଦୂଷଣ ଭରା ଆହା
କାହାକୁ କରିବୁ ଆଉ କହ ଭରଷା , ମନ ପାରାରେ…।।
ଅଶାନ୍ତମ଼ୟ ଆକାଶ ଏ ଶୂନ୍ୟ ପଥ
ଜଳ,ସ୍ଥଳ,ନଭ କାହିଁ ଦିଶୁନି ବାଟ
ଯିବୁ୍ରେ ହୋଇ ହାଲିଆ ,
ନାହିଁ ଆଉ କେହି ସାହା
ଦିନୁ ଦିନ ମରିଯାଏ ଜୀଇଁବା ଆଶା , ମନ ପାରାରେ…।।
ଅକାଳ ବଢ଼ି,ମରୁଡି,ଭୈରବ ରଡି
କାନ୍ଦଣା ଲହରୀ ରୋଳ ପଡେ ଉଛୁଳି
ଶାନ୍ତି ତ ମିଳିବ ନାହିଁ ,
କେତେ ଯେ ଉଡିବୁ ତୁହି
ଡେଣା ଭାଙ୍ଗିଯିବ ବେଗେ ଖୋଜରେ ଆଶ୍ରା , ମନ ପାରାରେ…।।
ଅଛିରେ ଗୋଟିଏ ଆଶା ଭରସା ତୋର
ଶ୍ରୀକ୍ଷେତ୍ର ଯାଆରେ ଉଡ଼ି କରିବୁ ଘର
ସେଠି ତୁ ଘୁମୁରୁ ଥିବୁ ,
ନିର୍ମାଲ୍ୟ ଖୁଣ୍ଟି ଖାଇବୁ
କଳପ ବଟର ଡାଳ ହେବ ଭରସା , ମନ ପାରାରେ…।।
ଆଶା ବିଶ୍ଵାସର ଉତ୍ସ ମୋ ଜଗନ୍ନାଥ
କହଇ ପ୍ରଫୁଲ୍ଲ ତାରେ ଶରଣ ପଶ
ଆରେ ତୁ ମୋ ମନ ପାରା ,
ତା’ ପାସେ ଦେଲେ ରେ ଧରା
ବୁଝିଯିବୁ ଜୀବନର ବଞ୍ଚିବା ଭାଷା , ମନ ପାରାରେ…।।
କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
