STORYMIRROR

Manaswini Dash

Inspirational

3  

Manaswini Dash

Inspirational

ଈଶ୍ୱରଙ୍କୁ ଚିଠି

ଈଶ୍ୱରଙ୍କୁ ଚିଠି

1 min
165

ଭାଗ୍ୟ ଭାବିତବ୍ୟର କୁତ୍ସିତ କୁହୁକରେ 

ଗୁଡ଼ାଏ ନିରୁତ୍ତରତା ଭିତରେ 

ଅନେକ ଅସୁମାରୀ ପ୍ରଶ୍ନ ଦଗ୍ଧୀଭୂତ ହୁଏ 

ସହସ୍ର ସୂର୍ଯ୍ୟର ଉପହାସରେ ଭଙ୍ଗୁର ଛାତି ମୋର ଚିତ୍କାର କରେ 

ହୃଦୟର ଶୁଷ୍କ ବେଳାଭୂମିରେ ଶୁଭେ କେବଳ ଆର୍ତ୍ତନାଦ 

ଆଉ ଘନଘୋର ତମସା ଭିତରେ କେବଳ ଗୋଟିଏ ଭରସା ଉଙ୍କିମାରେ 

ନିରୁତ୍ତରିତ ଈଶ୍ୱର, ହଁ ସେହି ନିରୁତ୍ତରିତ ଈଶ୍ୱର 

ସେ ହିଁ ତ ପ୍ରେରଣାର ଅଦୃଶ୍ୟ ତନ୍ମୟମାନ 

ଆଉ ବିଶ୍ୱାସ ଓ ଭରସାର ସୁନୀଳ ଗଗନ 

ନିଃସର୍ତ୍ତ ନିଃଶବ୍ଦତାର ସିମହୀନତାରେ ଏକମାତ୍ର ରାହା 

ସେଥିପାଇଁ କଲମର ସୂକ୍ଷ୍ମ ସ୍ପର୍ଶରେ ବତୁରା ଚିଠିରେ ଆଙ୍କିଦେବାକୁ ହୁଏ ଦରଦୀ ମନର କଥା 

ଖୋଜିପାଇବାକୁ ଇଚ୍ଛା ହୁଏ ହଜିଲା ସତ୍ୟକୁ ନିରୋଳା ଅନ୍ଧାରରେ 

ଆଉ ଜୀବନରେ ସଂଚାର କରିବାକୁ ଇଚ୍ଛା ହୁଏ ପୁଣି ବଂଚିବାର ସ୍ବପ୍ନ 

ଯେମିତି ସମସ୍ତ ନିରବତା ଭିତରେ ଈଶ୍ୱର ହିଁ ଏକମାତ୍ର ବଞ୍ଚିବାର ରାହା 

 ମାର୍ମନ୍ତିକ ଯନ୍ତ୍ରଣାର ଚିତ୍କାର ପୁଣି ସୃଷ୍ଟି କରେ ସ୍ପୃହା ସେହି ନିରବ ନିସ୍ପନ୍ଦ ଦେବତାଙ୍କୁ 

ସବୁ କିଛି ଜଣାଇବାକୁ ଆଉ ଜାଗ୍ରତ କରିବାକୁ ଅଭିଳାଷ ମନଖୋଲି ନିଶ୍ୱାସ ନେବାକୁ 

କାଳେ ସେ ତାଙ୍କ ନିରବତାକୁ ଛାଡି ଓଲ୍ହେଇ ଆସିବେ ଲୋତକକୁ ପୋଛିବାକୁ 

ଆଉ ଦେଇଦେବେ ଏକ ପୁନର୍ଜନ୍ମ 

ମାତ୍ର ସବୁକିଛି ବୃଥା ଆସ୍ଫାଳନ 

ଲାଗେ ସବୁ କଳ୍ପନା ଯେମିତି କ୍ଷତାକ୍ତ ହୃଦୟରେ ଏକ ତିକ୍ତ ଇତିହାସ 

ଖାଲି ଅବଶିଷ୍ଟ ଅବଶୋଷର ଅନୁଭୂତି 

ଚିଠି ପରେ ଚିଠି ଲେଖେ ଈଶ୍ୱରଙ୍କ ଠିକଣାରେ 

କିନ୍ତୁ ବାରମ୍ବାର ସେହି ନିରବ ସଂଳାପ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational