STORYMIRROR

Alka Mohanty

Inspirational

4  

Alka Mohanty

Inspirational

ପ୍ରେମ

ପ୍ରେମ

1 min
318

ସର୍ବେ କହେ ପ୍ରେମ ପ୍ରେମିକା ଜlଗିରି

ସେତ ହୃଦୟ ର ସ୍ୱର,

ମାତା ଗର୍ଭୂ ଅନ୍ଧ ପ୍ରେମ କରେ ମା

ସେ ଯେ ପରମ ଈଶ୍ଵର।


ପ୍ରେମ ଅଟେ ମା ପ୍ରେମ ଅଟେ ପିତା

ପ୍ରେମ ଅଟେ ଭଗବାନ,

ମାଟି ମାଆ ହୃଦେ ପାଦ ଥାପି ଦେଲେ

କରେ କେତେ ଆଲିଙ୍ଗନ।


ସଭିଙ୍କୁ ତାହାର ଉଦରେ ଧରିଛି

ସାରା ବିଶ୍ବ ହିଁ ତାହାର,

ସ୍ଥାବର ଜଙ୍ଗମ କୀତପରିଜନ୍ତେ

ସର୍ବେ କରନ୍ତି ସଂସାର।


ପ୍ରଥମ ଯୌବନ ଶୋଳ ବର୍ଷେ ଆସେ

ନଥାଏ ତ ଆବିଳତା,

ମଳୟ ପବନ ପ୍ରେମ ବୋଳି ଦିଏ

ପ୍ରକୃତିର ମାଦକତା।


ବଗିଚାରେ ମାଳି ପ୍ରେମ କରୁଥାଏ

ଅଲିଅଳ କଳି ସାଥେ,

ରଙ୍ଗ ଭରିଯାଏ ପୃଥିବୀ ବୁକୁରେ 

ଯେବେ ଆସେ ପ୍ରଜାପତି ସାଥେ।


କିଏ କେବେ ଆସେ ପ୍ରେମ ରୂପ ନେ଼ଇ

ନାହିଁ ତାହାର ଆକାର,

ସେତ ନିରାକାର ପ୍ରେମର ସାଗର

ସେ ହିଁ ପରମ ଈଶ୍ଵର।


ସେହି ପରମାତ୍ମା ଅମର ପ୍ରେମିକ

ଢାଳେ ପ୍ରେମ ସୁଧା ବାରି,

ସେଇତ ନାଉରୀ ସେଇ ଦୁଃଖ ହାରି

ପାର କରେ ଭବ ତରୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational