ଗାଁର ମହକ୍
ଗାଁର ମହକ୍
ଗାଁ ମାଟିର୍ ପାଏନ୍ ପବନ୍
କେତେ ବଢିଆ ଲାଗ୍ ସି
ଅଫିସର୍ ହେଉକି ଖଟିଖିଆ ହେଉ
ନିଜର୍ ଗାଁ କେସ୍ୱର୍ ପକାସି ।
ଛୁଆ ଦୀନର୍ ଲୁକ୍ ଲୁକାନି
ନାଇଁ ହେଉଛେ ଭୁଲି
ଆମ୍ବ୍ ତେନ୍ତେଲ୍ କେନ୍ଦୁ କେତେ
ଖାଏସୁଁ ବୁଲି ବୁଲି ।
ଗାଧିଗଲେ ସେ ଲେଙ୍ଗ୍ ଟି ମରା
ସ୍ୱର୍ ପଡୁଛେ ବେଶି
ଟୁରୁ ପାନ୍ କେ ବର୍ଡା ଘୁଡେଇ
ଖାଏସୁଁ କେତେ ହଁସି ।
କିଏ କହେସି ଦେଖ୍ ତ ମୋର୍
ଟୁଣ୍ଡ୍ କେତେ ଲାଲ୍ ହେଲାନ
ଆର୍ କିଏ କହେସି ରବେ ବସି ଦେଲିଯେ
ପେଣ୍ଟ୍ ଫାଟିଗଲାନ ।
ସ୍କୁଲ୍ ଗଲେ ସାର୍ ଆଜ୍ଞା
ପଚାର୍ ସନ୍ କେତେ ପ୍ରଶ୍ନ
ମୁଡ୍ କେ ଖୁଜେଇ ଡରେଁ ମୁଇଁ
ଠିଆ ହେଇ ଥିସିନ ।
ପଡି ଯାଏସି ମାଡ୍ ଯେ ମାଡ଼୍
କେତେ ନାଇଁ କେତେ ଭାଇ
ଘର୍ କେ ଆଏଲେ ସୁନା ଧନ ବୋଲି
କହେସି ମୋର୍ ବୁଢି ଆଇ ।
ଛୁଟି ହେଲେ ଆମେ ସବୁ ଯାକର୍
ବନ୍ଧ୍ କେ ବୁଲି ଯାଏସୁଁ
ତାନା ନାନା ଗିତ୍ ଗାଇକରି
ମନ୍ କେ ଆମର୍ ବୁଝାସୁଁ ।
ଦୁଃଖ୍ ସୁଖ୍ ସହି ସବୁ ଯାକର୍
ହେଲୁଁ ଆମେ ବଡ୍
କିଏ କଲା ଚାକିରି ତ
ଆରୁ କିଏ ଧଇଲା ହଲ୍ ।
ନୂଆଁଖାଇ ହେଲେ ସବୁ ଯାକର୍
ଭେଟ୍ ପଡ୍ ସୁଁ ଆମେ
ହଁସି ହଁସି କରି ଗଡି ଯାଏସୁଁ
ପଛର୍ କଥାକେ ପକେଇ ମନେ ।
କିଏକହେସି ହଏବ ଚମ୍ ରୁ ଟେଙ୍କାରୁ
କେତେ ଖେଚଡ୍ ହେସୁଁ
ସକାଲ୍ ପାଏଲେ ଯିଏଯାହାର୍ ବାଟେ
ଲୁହ ଝରେଇ ଯାଏସୁଁ ।