STORYMIRROR

sugyan bagh Bagh

Inspirational

4  

sugyan bagh Bagh

Inspirational

ଆଏଜ୍ କାଏଲ୍ ର ହାଲ୍ ଚାଲ୍

ଆଏଜ୍ କାଏଲ୍ ର ହାଲ୍ ଚାଲ୍

1 min
349


ମାଁ ସୁଇଛେ ଭୁଖେ ସୁଶେ

         ବୁଆ ପଡିଛେ ଖଟେ

ଦେଖ୍ ତ ସଲା ମାଏଝି ବୁଦ୍ଧିଆ

     ପଚାର୍ ବାର୍ ନାଇଁ ଟିକେ ।


ମାଏଟ୍ ଵୁହିକରି କମାଲେ ପଏସା

        ମୁନୁଷ୍ କଲେ ତୋତେ

ଯେନ୍ତା ଗୁଟେ ନକରି ପାଏଲୁ

        ଭାଉ ମାରୁଛୁ କେତେ ।


ଗାଁ ଛାଡିକରି ସହରେ ରହେଲୁ

          ନାଇଁ ଜାନ୍ ଲୁ କିଛି

ତୋର୍ ମାଁ ବୁଆ ଆସ୍ ଲେ କରି

 ତୋର୍ ମାଇକିନା କରୁଛେ ଛି ଛି।


 ସବୁ ଜାନିକରି ସଵୁ ସୁନିକରି

       ଦେଖୁଛୁ ମୁଟୁର୍ ମୁଟୁର୍

ପିଲାଜନମ୍ କରି କାଏଁ ଲାଭ୍ ହେଲା

       ସେ ତ ହେଲା କୁକୁର୍ ।


ଶଶୁର୍ ଯଦି ଘର୍ କେ ଆସୁଛେ

    ଆସଗୋ ଭିତର୍ କେ ଵାପା

ମାଁ ବୁଆଯେ ବାହାରେ ପଡିଛନ୍

   ଟିଖେ ନାଇଁ ହେବାର୍ କଥା ।


ଶଶୁର୍ କେ ବାରି ଟିଫିନ୍ ଦେଉଛୁ

      ବରା ସିଙ୍ଗିଡା ତର୍ କାରି

ମାଁ ବୁଆକେ ନାଲିଆ ଚାହା

      ଥାଲି ବାଟେ ଛୁଛା ମୁରି ।


ନାତି ଦେଖୁଛେ ଆଜା ଆଇର୍ ଦୁଃଖ୍

        ନାଇଁ ପାରୁଛେ ସମ୍ଭାଲି

ଅଜା ଆଇର୍ ପାଖ୍ କେ ଯାଇ ନାତି

      କାନ୍ଦୁଛେ କୁହୁଲି କୁହୁଲି ।


ମନେ ମନେ ନାତି ଗର୍ ଖି ହେଉଛେ

     ମୋର୍ ଭି ଆସୁଛେ ସମିଆଁ

ଏନ୍ତା ବେଭାର୍ ମୁଇଁ ଵି ଦେମି

     ଦେଖୁଥିବା ସାରା ଦୁନିଆଁ ।


ଛୁଟିଆ ଛୁଆଟେ ବୁଝି ଗଲାନ

      ତୁଇ ନାଇଁ ପାର୍ ବାର୍ ବୁଝି

ଶିକ୍ଷିତ୍ ବୋଲି ଦେଖେଇ ହେଉଛୁ

   ତୋର୍ ଜ୍ଞାନ୍ କାହିଁ ଗଲା ହଜି ।


ମାଁ ବୁଆର୍ ଠାନୁ ବଡ୍ କିହେ ନାଇଁନ

        ସେତ ସକ୍ଷାତ୍ ଇଶ୍ଵର

ଯେତେମନ୍ଦିର୍ ଯାଇଖିର୍ ଢାଲୁଥିଲେ

    ଲାଭ୍ ନାଇଁ ହୁଏ କିଛି ତୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational