STORYMIRROR

sugyan bagh Bagh

Inspirational

3  

sugyan bagh Bagh

Inspirational

ସାବିତ୍ରୀ ବ୍ରତ

ସାବିତ୍ରୀ ବ୍ରତ

1 min
191

ଜ୍ୟେଷ୍ଠ ମାସର୍ ଅମାବାସ୍ୟା ଥି

       ସାବିତ୍ରୀ ବରତ୍ କର୍ ସନ୍ 

କେତେ ପର୍ କାର୍ ଫଲ୍ ଘିନିକରି

     ଉପାସ୍ ସଭେ ରହେସନ୍ ।।

ମୁଡେ ସିନ୍ଦୁର୍ ପାଦେ ଅଏଲ୍ ତା

        ମାଖି ଥିସନ୍ ସଭେ ଯାକ

ଲକ୍ଷ୍ମୀ ମାଁକେ ଗୁହାରି କରି

      ଭକ୍ତିରେ ପକାସନ୍ ହାକ ।।

ଲାଖ କାଚ ବଜର୍ ହେଉ ବୋଲି

      ଗୁହାରି କର୍ ସନ୍ କେତେ

ଦୁହି କୁଲ୍ କେ ଦୁହିତା ହେଲିଁ 

   ସାହା ହେବୁଗୋ ମାଁ ମୋତେ ।।

ସାବିତ୍ରୀ ବରତ୍ ବହି ପଢିକରି

      ହୁଲ୍ ହୁଲି କେତେ ଦେସନ୍

ଘର୍ କେ ଆଏଲେ ସ୍ବାମୀଗୁଡ୍ ଧରି

      ମୁଡିଆ ସଭେ ମାର୍ ସନ୍ ।।

ସତ୍ୟବାନ୍ ବାବୁ ସବୁ ଦେଖିକରି

       କେତେଟେ ଉସତ୍ ହେସି

ଅହି ସୁଲକ୍ଷଣି ହେଇଥା ବୋଲି

 ମନେ ମନେ ଆଶୀର୍ବାଦ କର୍ ସି ।।

ଇଟାତ ଆମର୍ ଚଲନ୍ ଆଏ

         ହିନ୍ଦୁ ଧରମ୍ ଥି ଭାଇ

ଅଶ୍ୱପତି ରାଜାର୍ ଝି ସାବିତ୍ରୀ ଦେବୀ

       ଶିକ୍ଷା ଯାଇଛନ୍ ଦେଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational