STORYMIRROR

sugyan bagh Bagh

Inspirational

4  

sugyan bagh Bagh

Inspirational

ମୁଁ ବଦଳି ଗଲି

ମୁଁ ବଦଳି ଗଲି

1 min
301

ସାଙ୍ଗ ସାଥି ମେଳେ ପିଇଦେଇ ଟିକେ

           ଲେଟ୍ ରେ ଆସିଲି ଘରକୁ

ଘରଣୀ ମୋହର ରାଗ ତମ ତମ ହୋଇ

          ଯୋଗିଥିଲା ମୋର ବାଟକୁ ।


ପହଞ୍ଚିବା ମାତ୍ରେ ଚେକ୍ କଲା ମୋର

        ସବୁ ପ୍ୟାକେଟ କୁ ହାତ ଭରି

 ମଦ ବାସ୍ନା ପାଇ ଛି ଛି କହିଲା

          ସଂସାର ଦେଲ ମୋ ସାରି ।


 ଚାରୋଟି ଛୁଆର ବାପାବି ହେଲଣି

             ବୁଦ୍ଧି ଶୁଦ୍ଧି ଟିକେ ନାହିଁ

 ଦରମା ଟଙ୍କାରେ ମଦ ପିଉଚ ଯେ

         ତୁମ ବିବେକ ଗଲା କାହିଁ ।


 ବାହାର କରିଲା ତାହାର ଛାଞ୍ଚୁଣି 

            ଜ୍ଞାନ ମୁଞ୍ଜି ଦେଲା ବୁଣି

 ରାତି ସାରା ମୁହଁ ଶୋଇ ପାରିଲିଣି

        ତାର ଜ୍ଞାନ କଥା ଶୁଣି ଶୁଣି ।


 ଛି କଲି ମୁହିଁ ସବୁଦିନ ପାଇଁ

            ମଦକୁ ଦେଉଚି ଛାଡ଼ି

 ଯେଉଁ ପ୍ରୋଗ୍ରାମ ହେଲେ ବାଧ୍ୟ କରିବନି

 ହେ ବନ୍ଧୁ ମାନେ ପିଇବାକୁ

             ଲେମୋନ ବାକାଡି ।

  


Rate this content
Log in

Similar oriya poem from Inspirational