#ପ୍ରେମ#
#ପ୍ରେମ#
ପ୍ରେମକୁ କିଏ' ସେ ଦେଖିଛ କି' ବନ୍ଧୁ
ପ୍ରେମତ ହେଉଛି ଏମିତି ଚିଜ
ମନରେ ଆଣେ ସେ ନବ ଶିହଳଣ
ଓଠୁ ଝରୁଥାଏ ହସର ଲାଜ।
ତ୍ଯାଗରେ ତ ପ୍ରେମ ହୁଏ ମହନୀୟ
ଶାଶ୍ବତ, ସ୍ବର୍ଗୀୟ, ସଦା ସୁନ୍ଦର
ପ୍ରେମରେ ନଥାଏ କାମନା ବାସନା
ପୂର୍ଣ୍ଣ ସମର୍ପିତ ମନ ହୃଦୟ ।
ନିର୍ମଳ ହୃଦୟେ ପବିତ୍ର ପ୍ରେମସେ
ଚିରନ୍ତନ ନିରଳସ ଜୀବନ
ଚିରସ୍ଥାୟୀ ପ୍ରେମ ଦିବ୍ୟ ଚେତନାରେ
ସ୍ବର୍ଣ୍ଣାକ୍ଷରେ ସେହୁ ହୁଏ ଲିଖନ।
ପ୍ରେମ ଯଦି ହୁଏ ଶରୀର ର କ୍ଷୁଧା
ବିରାଜଇ ତହିଁ ସ୍ବାର୍ଥ ରାକ୍ଷସ
ସନ୍ଦେହ ଧୂଆଁରେ ଅବିଶ୍ଵାସୀ ନିଆଁ
ଜାଳିପୋଡିକରେ ସେ ସର୍ବନାଶ।
ସମୟ ସାଥୀରେ ତୁଟିଯାଏ ମୋହ
ସବୁ ଚିହ୍ନାମୁହଁ ହୁଏ ଅଚିହ୍ନା
ସ୍ବପ୍ନ ସୌଦାଗର ସଇତାନ ସାଜେ
ଛଳନାରେ କରେ କେତେ ଯୋଜନା ।
ପାଇବାର ମୋହ ହୃଦୟେ ରହିଲେ
ପ୍ରେମ ପାଏନାହିଁ ପରିପୂର୍ଣ୍ଣତା
ଅଧାରେ ଅଧୁରା ସେ ପ୍ରେମ କାହାଣୀ
ଜୀବନରେ ଭରେ ଖାଲି ଶୂନ୍ଯତା ।