STORYMIRROR

Anjana Naik,Anju..Deogarh

Inspirational

4  

Anjana Naik,Anju..Deogarh

Inspirational

ମେଘଦୂତ

ମେଘଦୂତ

1 min
396


ମିଳନର ବେଳ ଅନତିଦୂର

କହିଦେବୁ କି ମୋ ପ୍ରିୟର ପାଶେ

ଯାଆରେ ମେଘ ଏ ବାରତା ନେଇ

ମୋ ଆତୁର ପ୍ରିୟର ଦେଶେ ।। 


ନବ ଜଳଧାରା ଗ୍ରହଣ ପାଇଁକି 

ଯହିଁ ଥିବେ ଚ଼ତୁର ଚ଼ାତକ ଦଳେ

ଚ଼ାହିଁ ଦେଖୁଥିବେ ପ୍ରେମୀଯୁଗଳ 

ମେଘମେଦୁରକୁ ଆକାଶ ତଳେ ।।


ସରାଗେ ରମଣୀ ସଖା ସହିତ 

ଆଙ୍ଗୁଳି ଧରି ଗଣିବ ହରସେ 

ଧାଡ଼ିଧାଡ଼ି ବକ ଉଡ଼ିଯାଉଥିବେ 

ଡ଼େଣା ମେଲାଇ ଆକାଶ ଦେଶେ ।। 


ଅଙ୍କାବଙ୍କା ବାଟେ କଳସୀ ଧରି 

ଚ଼ାଲି ଯାଉଥିବେ ମତ୍ତଗଜ ପରି

ନବ ଯଉବନା ଶୋଡ଼ଷୀ ପରୀ 

ତୁମ ଆଗମନେ ଯିବେ ଘରକୁ ଫେରି ।। 


ତୁମ ଗର୍ଜନରେ ଚ଼ମକି ପ୍ରେମିକା 

ଆବୋରି ଧରିବ ପ୍ରିୟର ବୁକୁ 

ନିପୁଣ ପ୍ରେମିକ ଆଲିଙ୍ଗନ ପାଇ

ସାଧୁବାଦ ଦେବ ନିଶ୍ଚିନ୍ତ ତୁମକୁ ।।


ଅଦୂରେ ଦେଖିବ ବହିଯାଉଥିବ

ଚ଼ିରସ୍ରୋତା ଏକ ତଟିନୀ ସ୍ରୋତ

କଳକଳ ନାଦେ ଧ୍ୟାନ ଭଗ୍ନ କରି

ବିନ୍ଧ୍ଯ ଚରଣେ ଶୋଭା ପାଏତ ।।


ଏ ବାରତା ଶୁଣି ପ୍ରିୟ ତନୁ ମନେ 

କିଞ୍ଚିତ୍ ବିଜୁଳି ଖେଳିବ ଯୌବନେ 

ସେ ଅନୁଭୁତିକୁ ତବ କର୍ଣ୍ଣ ପାଖେ

ପୁଲକିତ ହୋଇ କହିବେ ଗୋପନେ ।।


ସତେ ହସ୍ତୀ ଦେହର ଚି଼ତ୍ର ସମ 

ଶୋଭା ପାଉଅଛ ଆକାଶେ ଅନୁପମ 

ଯାଅ ଶୀଘ୍ର ବହି ମୋ ପ୍ରିୟ ପାଶେ

ବାରତା କହିବ ଠିକ୍ ଠିକ୍ ମନ ହରସେ ।।


ବାରତା ଦେଇ ଏ ପଥେ ଫେରିବ ନିଶ୍ଚିତ 

ତୁମ ଠାରେ ମୋର ବିଶ୍ବାସ ଅତୁଟ 

ସମଦୃଶ ସୂଚନା ପାଇବା ନିମିତ୍ତ 

ଚ଼ାହିଁ ରହିଲି ମୁଁ ତମ ଫେରିବା ବାଟ ।।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational