Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akash Kumar Dash

Inspirational

4  

Akash Kumar Dash

Inspirational

ଜୀବନ

ଜୀବନ

1 min
434



ହାରିଗଲ ବୋଲି ଡରିଯାଅ ନାହିଁ

ମନରେ ସାହସ ବାନ୍ଧ‌ ।

ବଢିବାର ଅଛି ଆଗକୁ ତୁମକୁ

ହୋଇଯାଅ ନାହିଁ ଅନ୍ଧ ।।(୧)


ହାରିଗଲି ବୋଲି ଡରିଯିବ ଯେବେ

କେହି କରିବେନି ଆହା ।

ଆତ୍ମବିଶ୍ବାସ ଭାଙ୍ଗି ଗଲେଥରେ

ଭୁଲିଯିବ ତୁମେ ରାହା ।।(୨)


ନିଜର ମନକୁ ବୁଝାଇ ଦିଅ

ମନରେ ରଖ ଦମ୍ଭ ।

ଚାଲିବାକୁ ବାକି ଅଛି ବହୁ ବାଟ

ଏଇଠୁ ହେଲା ଆରମ୍ଭ ।।(୩)


ଜୀବନରେ ଯେବେ ଆଗକୁ ବଢିବ

ଏବେ ଡରିଯାଅ କାହିଁ ।

ତୁମ ସାଙ୍ଗସାଥୀ ସଭିଙ୍କୁ ପଚାର

କିଏ କେବେ ହାରିନାହିଁ ? (୪)


ହାରୁହାରୁ କିଏ ଜିତି ଯାଇପାରେ

ଜିତୁଜିତୁ କିଏ ହାରେ ।

ଜୀବନ ଯୁଦ୍ଧରେ ହାରିଯାଏ ସିଏ

ପରିହାସକୁ ଯେ ଡରେ।।(୫)


ହାରିଗଲିବୋଲି କେବେବି କେହି

ଦୁଃଖ କରନାହିଁ ମନ ।

ହାରିଯିବ କେବେ ଜିତିଯିବ କେବେ

ହାର୍ ଜିତ୍ ହିଁ ଜୀବନ ।।(୬)


     


Rate this content
Log in

Similar oriya poem from Inspirational