STORYMIRROR

Akash Kumar Dash

Inspirational

4  

Akash Kumar Dash

Inspirational

ସଂକଳ୍ପ

ସଂକଳ୍ପ

1 min
360

ମାଆ ସିନା ବୁଝେ ମନର ବେଦନା

ସଭିଏ ବୁଝିବେ କାହିଁ।

ସେଥିପାଇଁ ପରା କୁହାଯାଇଅଛି

ମାଆ ପରି କେହିନାହିଁ ।।(୧)


କହିବା ଆଗରୁ ଜାଣିପାରେ ସବୁ

କେବେ ତ ପଚାରେନାହିଁ।

ସବୁ ଦୁଃଖକୁ ସେ ଭୁଲିଯାଏ ପରା

ଆମରି ମୁହଁକୁ ଚାହିଁ ।।(୨)


ନିଜେ ଦୁଃଖ ସହି ସୁଖରେ ଆମକୁ

ଛୋଟରୁ କରିଛି ବଡ଼।

ବୁଝିନପାରିକି ମମତାକୁ ତାର

କରୁଅଛ ହତାଦର ।।(୩)


ବୋଝ ନୁହଁନ୍ତି ସେମାନେ ଆମ ପାଇଁ

ପ୍ରେରଣାର ତ ସେ ଉତ୍ସ। 

ତାଙ୍କ ଆଶୀର୍ବାଦ ଦୂର କରିଦିଏ

ଆମର ସବୁ ସଙ୍କଟ ।।(୪)


ବାପା, ମାଆଙ୍କୁ କେବେ ହେଲେ ଭାଇ

ବୋଝ ବୋଲି ଭାବ ନାହିଁ ।

ହଜିଗଲେ ଥରେ ମାଆ ବାପା ଆମ

ଖୋଜିଲେ ମିଳିବେ ନାହିଁ।।(୫)


ମାଆ ବାପା ପରା ଅମୂଲ୍ୟ ସମ୍ପଦ

ନାହିଁ ତାଙ୍କର ବିକଳ୍ପ।

ତାଙ୍କରି ଚରଣ ସେବ କରିବାକୁ

ଆସରେ ନେବା ସଂକଳ୍ପ।।(୬)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational