ସଂକଳ୍ପ
ସଂକଳ୍ପ
ମାଆ ସିନା ବୁଝେ ମନର ବେଦନା
ସଭିଏ ବୁଝିବେ କାହିଁ।
ସେଥିପାଇଁ ପରା କୁହାଯାଇଅଛି
ମାଆ ପରି କେହିନାହିଁ ।।(୧)
କହିବା ଆଗରୁ ଜାଣିପାରେ ସବୁ
କେବେ ତ ପଚାରେନାହିଁ।
ସବୁ ଦୁଃଖକୁ ସେ ଭୁଲିଯାଏ ପରା
ଆମରି ମୁହଁକୁ ଚାହିଁ ।।(୨)
ନିଜେ ଦୁଃଖ ସହି ସୁଖରେ ଆମକୁ
ଛୋଟରୁ କରିଛି ବଡ଼।
ବୁଝିନପାରିକି ମମତାକୁ ତାର
କରୁଅଛ ହତାଦର ।।(୩)
ବୋଝ ନୁହଁନ୍ତି ସେମାନେ ଆମ ପାଇଁ
ପ୍ରେରଣାର ତ ସେ ଉତ୍ସ।
ତାଙ୍କ ଆଶୀର୍ବାଦ ଦୂର କରିଦିଏ
ଆମର ସବୁ ସଙ୍କଟ ।।(୪)
ବାପା, ମାଆଙ୍କୁ କେବେ ହେଲେ ଭାଇ
ବୋଝ ବୋଲି ଭାବ ନାହିଁ ।
ହଜିଗଲେ ଥରେ ମାଆ ବାପା ଆମ
ଖୋଜିଲେ ମିଳିବେ ନାହିଁ।।(୫)
ମାଆ ବାପା ପରା ଅମୂଲ୍ୟ ସମ୍ପଦ
ନାହିଁ ତାଙ୍କର ବିକଳ୍ପ।
ତାଙ୍କରି ଚରଣ ସେବ କରିବାକୁ
ଆସରେ ନେବା ସଂକଳ୍ପ।।(୬)
