STORYMIRROR

Akash Kumar Dash

Romance

4  

Akash Kumar Dash

Romance

ବର୍ଷାର ଅଭିମାନ

ବର୍ଷାର ଅଭିମାନ

1 min
497


ମେଘୁଆ ପାଗ କୁ କାଲୁଆ ପବନ

  ବହୁଅଛି ଆକାଶରେ।

ନିର୍ମଳ ଆକାଶ ମେଘ ଉହାଡରେ

  ସୂରୁଜ କୁ ଆଜି ଝୁରେ ।


ବରଷା କହୁଚି ଝୁରନା ଆକାଶ

  ଅଛି ପରା ମୁଁ ପାଖରେ।

ଏତେଦିନପରେପାଖେମୋତେପାଇ 

  ରହିଛକାଇଁଗୋ ଦୂରେ ।


କହିଲା ଆକାଶ ଅଳ୍ପ ହସିଦେଇ

  କେତେଦିନ ପାଖେ ଥିବ ।

ସଞ୍ଜ ନ ହଉଣୁ ଅଭିମାନ କରି

  ଛାଡିଦେଇ ଚାଲିଯିବା ।


ଭାବିଲା ବରଷା କିଛିକ୍ଷଣ ପାଇଁ

  ମଉନେ ଉତ୍ତର ଦେଲା।

ଅଳ୍ପକାଳ ତମ ପାଖେ ରହିଲେବି

  ସାଥୀ ମୁଁ ତୁମରି ପରା ।


ଦୂରେ ଥିଲେମଧ୍ୟ ଦୂରତା ନଥାଏ

  ମନରେ ଅଛ ମୋ ସଦା ।

ବିଶ୍ଵଜନ ପାଇଁ ତ୍ୟାଗ ଇଏ ତୁମ

  ମିଳନକୁ ଆମ ବାଧା।


ତୁମ ମହାନତା ମୋ ପାଇଁ ସକଳ

  ତା ଠାରୁ ବଡ଼ କି ଆଉ।

ଦୂରେ ରହିଲେବି ଭଲପାଇବା ଟା

  ଆମ ଚିରନ୍ତନ ଥାଉ।


କଥାବାର୍ତ୍ତା ଏତେ ଚାଲୁ ଚାଲୁ ପରା

  ସୂରୁଜ ଆସିଲା ଚାଲି।

ଅଭିମାନୀ ବର୍ଷା ଚାଲିଗଲା ଦୂରେ

  ମୁହଁ ପଡ଼ିଗଲା ଲାଲି ।


ଆକାଶ ବର୍ଷା ଭଲ ପାଇବା ଏ

  ଥିଲା ଅଛି ରହିଥିବ।

କଳି ଝଗଡ଼ା ଓ ଅଭିମାନ ତାଙ୍କ

 ସମ୍ପର୍କ ର ସାକ୍ଷୀ ହେବ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance