ତାସ ଘର
ତାସ ଘର
ଜୀବନ ଏକ ତାସ ଘରଟିଏ
କେତେବେଳେ ସିଏ ରଜା ହୋଇଯାଏ
ତ ପୁଣି ହୋଇ ଯାଏ ସେ କେତେବେଳେ ଜୋକରଟିଏ ।। ( 1 )
ସପନର ଘର କରିବାକୁ ଯାଇ
ଜୀବନଟା ତାସର ଘର ସାଜଇ
ଦେଖିବାକୁ ସୁନ୍ଦର ଦିଶଇ
ହେଲେ ଭାରୀ ସୁକୁମାରୀ ଅଟଇ ।। ( 2 )
କେତେବେଳେ ସେ ରାଜା ତ
ପୁଣି କେତେବେଳେ ସେ ପ୍ରଜା ସାଜଇ
କେତେବେଳେ ସେ ଜୋକର୍ ତ
ପୁଣି ସେ ହୋଇଯାଏ ଗୁଲାମ ।।( 3 )
ତାସ ଖେଳରେ ରଙ୍ଗ ବଦଳିଲା ପରି
ଜୀବନ ବି ରଙ୍ଗ ଦିଏ ବଦଳି
ପରିସ୍ଥିତିକୁ ନେଇ ବଞ୍ଚିବାକୁ ହୁଅଇ
ଏହା ଯେ ଜୀବନର ସତ୍ୟତା ଅଟଇ ।। ( 4 )
ତାସଘର ଆକର୍ଷଣ କଲା ପରି
ଜୀବନ ବି ଏକ ରଙ୍ଗମଞ୍ଚ ଅଟଇ
ଏଠି ସମସ୍ତଙ୍କୁ ନିଜର ଭୂମିକାର ଅଭିନୟ କରିବାକୁ ପଡଇ
କେତେବେଳେ ରାଜା ତ ପୁଣି କେତେବେଳେ ଜୋକର ତ ପୁଣି ଗୁଲାମ ସାଜଇ ।। ( 5 )
ଜୀବନ ତ ରାଜା ଜୋକର୍
ଭଳି ସାଜଇ କେତେବେଳେ ହିରୋ ତ
ପୁଣି କେତେବେଳେ ଜିରୋ
କାହାକୁ ଅବା ଜଣା ଏ ଯେ ଜୀବନ ତାସଘରର ଖେଳ ।। ( 6 )
ତାସଘର ପବନରେ ଯାଏ ଭୁଷୁଡି
ଜୀବନ ବି ଜୀବନ ଝଡରେ ଯାଏ ଉଜୁଡି
ହେଲେ ତାସଘର ପରି ତୋଳିଲେ ଜୀବନକୁ ଗଢି
ଆହୁରି ସୁନ୍ଦର ଦିଶଇ ।। ( 7 )
