STORYMIRROR

Ghanashyam Jena

Inspirational

4  

Ghanashyam Jena

Inspirational

ଶ୍ରୀକୃଷ୍ଣଚନ୍ଦ୍ର ଗଜପତି

ଶ୍ରୀକୃଷ୍ଣଚନ୍ଦ୍ର ଗଜପତି

1 min
614


ଧନ୍ୟ ଧନ୍ୟ କୃଷ୍ଣଚନ୍ଦ୍ର,ଧନ୍ୟ ପାରଳା ନରେନ୍ଦ୍ର

     ଧନ୍ୟ ସେ ପାରଳା ମାଟି

 ଜନ୍ମି ରାଧାମଣି କୋଳେ, ଯଶ ରଖିଲ ଉତ୍କଳେ,

  ଉତ୍ସର୍ଗ କଲ ଜୀବନ ଓଡ଼ିଆ ଜାତି ମଙ୍ଗଳେ।

  ଧନ୍ୟ ହେ ଗଜପତି ଗୌରଚନ୍ଦ୍ର ସନ୍ତତି,

  ଧନ୍ୟ ହେଲେ ଓଡ଼ିଆ ଧନ୍ୟ ଓଡ଼ିଶା ମାଟି

  ଧରା ଧାମରେ ରଖି ଧରା ଧାମରେ ରଖି,

     ଅଭୁଲା ଯଶ କୀରତି ।


ଧନ୍ୟ ଶିକ୍ଷା,ସାହିତ୍ୟ,ଭାଷାରେ,କଳା ସଂସ୍କୃତି କ୍ଷେତ୍ରରେ

 କୃଷି,ଗମନାଗମନ ଶିଳ୍ପ,ବାଣିଜ୍ୟ, ସେଚରେ।

 ନୂତନ କୀର୍ତ୍ତିମାନ କରି କେତେ ସ୍ଥାପନ

 ପୂରୁବ କୀର୍ତ୍ତିରାଜୀ କଲ ତା'ରେ ରକ୍ଷଣ

 ଗଙ୍ଗବଂଶ ଗୌରବ ଗଙ୍ଗବଂଶ ଗୌରବ,

    କେତେ ଯେ ଯଶ କୀରତି ଧନ୍ୟ ।


 ଓଡ଼ିଆ ଜାତିରେ ପ୍ରୀତି ଜାଗିଉଠେ ଯୁବମତି,

 ସାହିତ୍ୟ ସମାଜ ପାଇଁ ଯୋଗାଇ ବିପୁଳ ରାଶି

 ପାଇ ମଧୁସୂଦନ କହିଲେ ଧନ୍ୟ ଧନ୍ୟ

 ସେ ସତ୍ୟବାଦୀ ବନ, ନିଶ୍ଵ ଯେ ଅନୁଷ୍ଠାନ,

 ଜାଣି ପ୍ରେରଣ କଲ ବିପୁଳ ରାଶି ଧନ

  ପାଇଣ ଗୋପବନ୍ଧୁ, ପାଇଣ ମଧୁବାବୁ,

   ପ୍ରଶଂସା କଲେ ଭୂୟସୀ ଧନ୍ୟ ।


ଶିକ୍ଷା ସଂସ୍କୃତି କ୍ଷେତ୍ରରେ,ପ୍ରୋତ୍ସାହନ ଦେଇ ବାରେ

ଧର୍ମ କୀର୍ତ୍ତିମାନଙ୍କର ସୁରକ୍ଷା ଯୋଗାଇବାରେ

 କେତେ କବି ଲେଖକ କରିଲ ପ୍ରୋତ୍ସାହିତ,

  ଗ୍ରନ୍ଥର ପ୍ରକାଶନେ ଦେଇ ବିପୁଳ ବିତ୍ତ

   ସର୍ବଦା ସତ୍ କର୍ମ ତବ ଜୀବନ ବ୍ରତ

 ଭାଷା ସାହିତ୍ୟ କଳା ଭାଷା ସାହିତ୍ୟ କଳା,

     କ୍ଷେତ୍ରରେ କଲ ଉନ୍ନତି।ଧନ୍ୟ ।


 କ୍ଷେତ୍ରୀୟ କୁଳେ ଜନମ,କାଟି ସରଳ ଜୀବନ

 ସବୁ ବିଳାସ ବ୍ୟସନ ବରଜି ବିତାଇ ଦିନ

 ଜନ କଲ୍ଯାଣେ ରତ ବ୍ରତ ରହି ନିରତ,

 ଜାତୀୟ ଚେତନାରେ, ହୋଇଣ ମଦମତ୍ତ

  ପ୍ରତିଶ୍ରୁତି ପାଳନ, ତବ ଜୀବନ ବ୍ରତ

 ନିର୍ଦ୍ଧିଷ୍ଟ ସମୟରେ ନିର୍ଦ୍ଧିଷ୍ଟ ସମୟରେ,

    କାର୍ଯ୍ୟ କରିଣ ସମାପ୍ତି। ଧନ୍ୟ ।


 ଦେଶ ମାତୃକା ସେବାରେ,ରତରହି ନିରନ୍ତରେ

 ରାଜନୈତିକ ଆଦର୍ଶ ପ୍ରତିପାଦନ ଆଶାରେ

  ଆହେ ମହାନୁଭବ ସର୍ବ ଗୁଣ ବିଭବ

  ସକଳ ଦିବ୍ୟଗୁଣ ଭୂଷଣ ଆହେ ଦେବ

  ପାଇଁ ଓଡ଼ିଶା ରାଜ୍ୟ ଓଡ଼ିଆ କରେ ଗର୍ବ

  ଧନ୍ୟହେ କୃଷ୍ଣଚନ୍ଦ୍ର ଧନ୍ୟହେ କୃଷ୍ଣଚନ୍ଦ୍ର

    ଧନ୍ୟ ଧନ୍ୟ ଗଜପତି। ଧନ୍ୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational