STORYMIRROR

Arjuni charan Behera

Inspirational

3  

Arjuni charan Behera

Inspirational

ଶ୍ରୀମନ୍ଦିରୁ ଦେଲେ ଘଉଡ଼ାଇ

ଶ୍ରୀମନ୍ଦିରୁ ଦେଲେ ଘଉଡ଼ାଇ

1 min
341

ମାର୍ଗଶୀର ମାସ ଏକ ଦିନ ଗୁରୁବାରେ l

ମହାଲକ୍ଷ୍ମୀ ପଚାରନ୍ତି ଜଗତ ଠାକୁରେ ll


ଆଜ ମୋହର ବାରଟି ପଡ଼ିଲା ଗୋସାଇଁ l

ଅନୁମତି ଦେଲେ ନଗ୍ର ବୁଲି ଯିବି ମୁହିଁ ll


ଅନୁମତି ଘେନି କରି ମାତା ଜଗନ୍ମାତ l

ଚଣ୍ଡାଳସାହିରେ ଯାଇହେଲେ ଉପଗତ ll


ଚଣ୍ଡାଳ ସାହିରେ ଘର ଶ୍ରୀୟା ଚଣ୍ଡାଳୁଣୀ l

ଭକ୍ତିଭରେ ପୂଜାକଲା ଲକ୍ଷ୍ମୀ ଠାକୁରାଣୀ ll


ଦେଢ଼ଶୁର ବଳରାମ ଏ କଥା ଜାଣିଲେ l

ଜଗନ୍ନାଥେ ଡାକିକରି ବଡ଼ ଝିଙ୍ଗାସିଲେ ll


ବୋହୁ ସାଆନ୍ତାଣୀଙ୍କର କି ଅନୀତି କର୍ମ l

ସଂସାରରେ ବୁଡ଼ିଗଲା ଆମ୍ଭ ଜାତି ଧର୍ମ ll


ଏମନ୍ତ ବିଚାରି ଶ୍ରୀ ମନ୍ଦିରେ ଦୁଇ ଭାଇ l

ତୋତେ ମାତ ମନ୍ଦିରରୁ ଦେଲେ ଘଉଡ଼ାଇ ll


କେତେ ନିଉଛାଳି ହୋଇ ତାହାଙ୍କୁ କହିଲୁ l

କିଛି ନ ବୁଝିଲେ ତାଙ୍କୁ ଅଭିଶାପ ଦେଲୁ l


"ସତେ ଯେବେ ଚନ୍ଦ୍ରସୂର୍ଯ୍ୟ ହୋନ୍ତି ଆତଯାତ l

ତୁମ୍ଭକୁ ଅନ୍ନ ନ ମିଳୁ ଆହେ ଜଗନ୍ନାଥ ll


ବାର ବର୍ଷ ଯାଏ ତୁମ୍ଭେ ଦରିଦ୍ର ହୋଇବ l

ଅନ୍ନ ବସ୍ତ୍ର ଜଳ ଯେ ତୁମ୍ଭଙ୍କୁ ନ ମିଳିବ ll"


ଭିକାରି ହୋଇ ବୁଲିଲେ ଦାଣ୍ଡେ ଦୁଇ ଭାଇ l

କେଉଁ ବାପ ଥିଲା ତାଙ୍କୁ ସାହା ହେବା ପାଇଁ ll



Rate this content
Log in

Similar oriya poem from Inspirational