STORYMIRROR

Satyabati Swain

Inspirational

3  

Satyabati Swain

Inspirational

ତୁ ରାଜା ମୁଁ ରାଣୀ

ତୁ ରାଜା ମୁଁ ରାଣୀ

1 min
292

ତୁ ମୁକୁଟ ବିହିଁନ ପ୍ରେମର ରାଜା

ମୁଁ ଅମୃତମୟ ପ୍ରେମ ରାଇଜର ରାଣୀ

ତୋର ମୋର ଏ ଦୁନିଆଁରେ ଆ ଲେଖିବା

ଆଜି ଯାଏ କେହି ପଢି ନ ଥିବା କାହାଣୀ।


ତୋର ମୋର

ଝାଟି ମାଟି କାଦୁଅ ଛାଟି ଘର ଟେ କରିବା

ଘର ଆଗେ ସତେଜ ସୁବାସିତ ଫୁଲ ଫୁଟାଇବା

ପଛ ପଟେ ତାଜା ତାଜା ପରିବା ଚାଷ କରିବା

ଦୁଇ ପଟେ ଔଷଧୀୟ ବୃକ୍ଷ ଲଗାଇବା

ସେ ଘର କେବଳ ହେବ ତୋର ମୋର

ତୁ ରାଜା ମୁଁ ରାଣୀ କହୁନୁ କେତେ ମଜା ହେବ ।


ତୁ କାମକୁ ଯିବୁ 

ମୁଁ ଭାତ ଡାଲି କି ତରକାରୀ କରି

ତୋ ରାହା ଦେଖିବି

ତୁ ଅଧା ବାଟରୁ ଡାକ ଛାଡ଼ିବୁ

ରାଣୀ ଏ ରାଣୀ

ଆମ ଘର ଖାଲି ସେହ,ପ୍ରେମ

ସହଭାଗିତାରେ ହସୁଥିବ।


ଆମେ ନା ବଡ଼ ନା ମାନୀ ନା ଦେବତା ହେବା

ଅନ୍ତତଃ ଗୋଟେ ମଣିଷ ହେବା

ଏ ସାରା ପୃଥିବୀ କେବଳ ମଣିଷ ହୁଅନ୍ତୁ

ଏ ବାର୍ତ୍ତା ପ୍ରଚାର କରିବା

କଣ କହୁଛୁ ପାରିବା ତ

କେବଳ ଖୁସିକୁ ପୁଞ୍ଜି କରି ।


ଦିନରାତି ଏକ କରି

ମଗ୍ନ ରହିବା

କେମିତି ବଦଳାଇ ହେବ

ମଣିଷର ଦୁଃଷ୍କର୍ମ

କଦାକାର

ମନୋବୃତ୍ତି

ଅନାର୍ଯ୍ୟ ପ୍ରବୃତ୍ତି

ଏବଂ ଅଶୃଙ୍ଖଳିତ

ଅସଂଯତ ଜୀବନ ଚର୍ଯାକୁ।


ସମୟାନୁବର୍ତ୍ତିତା

ସମାନତା କର୍ମ ଯୋଗୀ

ହେବାର ମନ୍ତ୍ର ନିଜେ ଶିଖି

ଅନ୍ୟର ପ୍ରେରଣା ହେବା

ତିଆରି କରିବା ସେହ୍ନ,

ପ୍ରେମ ,ଶାନ୍ତି, ତ୍ୟାଗ

ଏବଂ ଭାଇଚାରାର ଅଦ୍ଵିତୀୟ

ଅନ୍ୟ ଏକ ପୃଥିବୀ

ସ୍ୱପ୍ନର ସୁରକ୍ଷିତ ସୁସ୍ଥ ପୃଥିବୀଟେ।


ସେଠି କେହି ନଥିବେ

ତୁ ନ ଥିବୁ

କି ମୁଁ ବି ନଥିବି

କେବଳ ଥିବ ଗୋଟେ ରାଜା ପ୍ରେମ ରାଇଜର

ଆଉ ଥିବ ତାର ଗୋଟେ ପ୍ରେମିକା ରାଣୀ

ଆମେ ସମସ୍ତଙ୍କୁ କହିବା

ପ୍ରେମରେ ବଞ୍ଚ

ପ୍ରେମରେ ମର

ପ୍ରେମ ସହିତ ଖୁସି ରୁହ

ପ୍ରେମ ପାଇଁ କିଛି ବି କର

କିନ୍ତୁ ପ୍ରେମ ବାଣ୍ଟ 

କେବଳ ବିଶୁଦ୍ଧ ପ୍ରେମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational