Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଇଚ୍ଛାମୟ ହରି

ଇଚ୍ଛାମୟ ହରି

1 min
338


ଜୟ ନୀଳାଚଳ ନାଥ ଅଗତିର ଗତି

ଜୟ ମାନ ଉଦ୍ଧାରଣ ଜୟ ରମାପତି l


ଆହେ କଳାକର ମୁଖ ଅରକ୍ଷ ରକ୍ଷକ

ଭକ୍ତ ଚିନ୍ତାମଣି ସର୍ବ କଳୁଷ ଅନ୍ତକ l


ମହିମା ତୋର ଅନନ୍ତ ଇଚ୍ଛାମୟ ହରି

ଦୁର୍ବାଦଳ ମହାଦ୍ରୁମ ତୁହି ପାରୁ କରି l


ତୁମ୍ଭ କୃପାବଳେ ପଙ୍ଗୁ ଲଙ୍ଘିପାରେ ଗିରି

ମୂକ ବାଚାଳ ହୁଅଇ ତୁମ୍ଭ ନାମ ଧରି l


ପାଷାଣୀ ଅହଲ୍ୟା ତାରି ଗଉତମ ନାରୀ

ମାନ ଉଦ୍ଧାରିଲ ପ୍ରଭୁ ପାଞ୍ଚାଳ କୁମାରୀ l


ଅପାର କରୁଣା ତୁମ୍ଭ କେ ପାରେ ବଖାଣି

ଶରଣ ସମ୍ଭାଳ ନାଥ ଭକ୍ତ ଚିନ୍ତାମଣି l


ଭକ୍ତ ରକ୍ଷଣେ ଟେକିଲ ଗୋବର୍ଦ୍ଧନ ଗିରି

ଜୟ ନୀଳଗିରି ନାଥ ଶ୍ରୀକ୍ଷେତ୍ର ବିହାରୀ ।


Rate this content
Log in

Similar oriya poem from Inspirational