ମନ ଓ ଜୀବନ
ମନ ଓ ଜୀବନ
ମନ ଟି ଆମ ଭାବନା ଆକାଶେ ଉଡି
ଯେମିତି ନଟେଇର ରଙ୍ଗୀନ ଗୁଡ଼ି
ବାସ୍ତବରେ ମାଟି ପରେ ଥାଏ ମୁଁ ପଡି
ଯେମିତିକା ଅଲୋଡ଼ା ଅଚଳ ଘଡ଼ି ।
ଆଶା ଅସୁମାରୀ ମନେ ପଡିଛି ବନ୍ଧା
ସନ୍ତାନଟେ ଚାହିଁ ଥାଏ ଯେପରି ବନ୍ଧ୍ୟା
ଘଣ୍ଟା ଆଳତୀ କୁ ଚାହେଁ ଯେମିତି ସନ୍ଧ୍ୟା
ରାତିକୁ ଅପେକ୍ଷା ରଖେ ରଜନୀ ଗନ୍ଧା ।
ଛାଇ ଆଲୁଅର ଖେଳେ ଜୀବନ ବ୍ୟସ୍ତ
କାହାର କି ଯାଏ ସ୍ବପ୍ନ ନ ହେଲେ ସତ
ଉଖାରି ହୋଇ ଯାଏ ଶୁଖିଲା କ୍ଷତ
ଜୀବନଟା ଲାଗେ ଦୁଃଖ ଯନ୍ତ୍ରଣା ମନ୍ତ୍ର ।
ଭିଡ ଖାଲି ଭିଡ଼ କିନ୍ତୁ ଲାଗଇ ଏକା
ହସିଲେ ସଭିଏଁ ସାଥେ କାନ୍ଦିଲେ ଏକା
ସବୁଠି ଆଗରେ ଆଜି କ୍ଷମତା ଟଙ୍କା
ସେହ୍ନ ମମତାର ମୁଲ୍ୟ ଜୀବନେ ଫିକା ।
ଯଦି ହୃଦୟେ କୋମଳ ସଫା ଭାବନା
ତେବେ ତ ପଛରେ ପଡିଯିବ ଭାଇନା
ପାରି ବନି ବଢି ଗଢି ଆଗକୁ କେବେ
ଜିତିବା ମୁସ୍କିଲି ବାବୁ ଏ ସ୍ୱାର୍ଥର ଭବେ।
