STORYMIRROR

shmitaa mohanty

Inspirational

3  

shmitaa mohanty

Inspirational

ଶ୍ରୀକ୍ଷେତ୍ର

ଶ୍ରୀକ୍ଷେତ୍ର

1 min
331

ଭାବୁଥିଲି କାହିଁ କେତେ ଦୂର

ବୋଧହୁଏ ଏ ଜନ୍ମରେ

ମନଭରି ଦେଖିବା ସମ୍ଭବ ନଥିଲା

ବଡ଼ଦାଣ୍ଡ ବଡଦେଉଳ

ଆଉ ସେ ମନ ଲୋଭାଣିଆ ବଡ ଠାକୁର

କି ଜାଦୁ ଜାଣିଛି କି ମାୟା କରିଛି

ଯିଏ ଥରେ ଆସିଛି

ତାକୁ ସେ ବାନ୍ଧି ରଖିଛି

ମୁଁ ବହୁତ ଖୁସି ମୁଁ ତା ପାଖରେ ଅଛି

ତା ଇଚ୍ଛାରେ ସେ ମୋତେ ଦେଖୁଛି 

ଭଲମନ୍ଦ ବୁଝି ଦୁଃଖ ନେଇ ସୁଖ ଦେଇଛି

ମୁଁ କେବଳ ଶରଣ ଯାଇଛି

ଭେଟି ଦେଇଛି ମୋର ମନ ବିଶ୍ୱାସ

ଏବଂ ଭଲପାଇବା

ସେ ଦୁଃଖ ଭରା ଅସରନ୍ତି ଲୁହକୁ

ଅଚଳନ୍ତି ପଇସା ପରି ସାଇତି ରଖି

ପ୍ରତି ବଦଳରେ ମୋତେ ଦେଇଛି

ଏକ ସ୍ଵତନ୍ତ୍ର ପରିଚୟ

ଏଇ ପବିତ୍ର ଶ୍ରୀକ୍ଷେତ୍ରରେ

ପୁରୀ ସହରରେ

ଯୋଉଠି ସବୁକିଛି ପୂର୍ଣ୍ଣ

ତେବେ...

ମୁଁ ବା କେମିତି ଅସମ୍ପୂର୍ଣ୍ଣ ହୋଇ ରହିଥାଆନ୍ତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational