STORYMIRROR

shmitaa mohanty

Tragedy

4  

shmitaa mohanty

Tragedy

ବିଦାୟ

ବିଦାୟ

1 min
480

ବିଦାୟ ଲଗନେ ଏମନ କାନନେ

ଝରିଯାଏ ଯେଉଁ ଫୁଲ

ଅପାସୋରା ତାର ସୁରଭି ମହକ

ଅସରନ୍ତି ତାର ମୂଲ

ତୁମେ ଆସିଥିଲ ଅଲୋଡା ଜୀବନେ

ପ୍ରେମର ଶିଶିର ହୋଇ

ନୀଳକଣ୍ଠ ପରି ବଞ୍ଚୁଥିଲି ମୁଁ ଯେ

କଷଣକୁ ଯାଉଥିଲି ସହି

ଭୂଲ ସବୁ ମୋର ଭୂଲି ଯିବ ତୁମେ

ଆପଣାର ଭାବି ନେବ

ଅଲଗା ହୋଇ ବି ବଞ୍ଚି ପାରିବିନି

ଦିଅ ଯେତେ କଷ୍ଟ ପଛେ ଦେବ

ମାନ ଅଭିମାନ ସବୁ ଅଭିଯୋଗ

ପାରିଲନି ତୁମେ ଛାଡି

ସେଥିପାଇଁ ବୋଧେ ତୁମ ଜୀବନରୁ

ଦେଲ ମୋତେ ତୁମେ ତଡି

ବାଛିନେଇଥିଲି ସାଥୀ ଜୀବନର

ଅତି ଶରଧାରେ ତୁମକୁ

ହୃଦୟ ଭାଙ୍ଗିଲା ସନ୍ଦେହର ଜ୍ବାଳା

କହିବି ଯାଇ ମୁଁ କାହାକୁ

ଆଜି ବି ଚାହିଁଛି ଫେରିବା ବାଟକୁ

ସାଜିଛି ଅଜଣା ପଥିକ ମୁହିଁ

ଝୁରୁଛି ସାନିଧ୍ୟ ପ୍ରତି ଟି ମୂହୁର୍ତ୍ତ

ତୁମ ବିନା ମୋର ଅସ୍ଥିତ୍ଵ ନାହିଁ।

ଅହଂକାର ଆଜି ଅଲଗା କରିଛି

ଦେଇଛି ଯନ୍ତ୍ରଣା ବହୁତ

ଚାହିଁ ମୁଁ ବସିଛି ସାଥୀ ତୁମ ପାଇଁ

ବୁଝ ଟିକେ ତୁମେ ବିଦାୟ ବେଳାର ମହତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy