STORYMIRROR

shmitaa mohanty

Abstract

4  

shmitaa mohanty

Abstract

ଅହଂକାର

ଅହଂକାର

1 min
348

ବେଳେ ବେଳେ ମଣିଷ ହଜିଯାଏ କର୍ତ୍ତବ୍ୟ ପଥରେ

ନିଶ୍ବାର୍ଥପର ଭାବନାକୁ ନେଇ ଆଗେଇ ଚାଲେ

ପଥଭ୍ରଷ୍ଟ ପଥିକ ଭଳି ଯେତେବେଳେ ଝୁଣ୍ଟି ପଡେ

ଅହଂକାର ର କଳା ବାଦଳ ମନ ମସ୍ତିଷ୍କକୁ ଜାବୁଡ଼ି ଧରେ

ଧିରେ ଧିରେ ସେ ଅହଂକାରରେ ଏତେ ମଜବୁତ ହୋଇ ଯାଏ

ସେ କାହାକୁ ଖାତିରି କରେନା, ଅନ୍ଧକାରର କୂଅ ଭିତରେ

ସେ ନିଜେ ଜଳେ ଆଉ ଅନ୍ୟ ମାନଙ୍କୁ ଜଳାଏ

କେବେ ଚେଷ୍ଟା କରେନା, କେବେ ଚିନ୍ତା ବି କରେନା

ଆତ୍ମ ତୃପ୍ତି ପାଇ ଅନ୍ୟ କୁ ସନ୍ତୁଷ୍ଟ କରିବାକୁ

ସତରେ, ଜାଣି ହୁଏନା କାହିଁକି ଏ ମଣିଷ ଏତେ ଗର୍ବ କରେ

ଚାରିଖଣ୍ଡ କାଠ ଆଉ ଟିକେ ମାଟିର ଶେଯ ବ୍ୟତୀତ

ଆଉ କିଛି ନେବାର ପ୍ରଶ୍ନ ଉଠେନା ,

ତେବେ, କାହିଁକି ଏମିତି.....

କେବେ ସେ ବୁଝିବ ଅହଂକାରର ସାମ୍ରାଜ୍ୟ ଭିତରୁ ବାହାରି

ପର ଆପଣାର ଭେଦ ଛାଡି, ଏକତାର ବନ୍ଧନରେ

ବାନ୍ଧି ହୋଇ ମାନବିକତାର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract