STORYMIRROR

shmitaa mohanty

Comedy

3  

shmitaa mohanty

Comedy

ବେଙ୍ଗ ଉପାଖ୍ୟାନ

ବେଙ୍ଗ ଉପାଖ୍ୟାନ

1 min
194

ବେଙ୍ଗ କହେ ବେଙ୍ଗୁଲି ଲୋ ବରଷ ହେଉଛି ଶେଷ

ଚାଲ୍ ମିଶି ଆମେ କରିବା ସ୍ୱାଗତ ନୂଆ ବରଷ


ସରକାର କଲେ ସବୁ ମନା ଦୁଃଖେ କହେ ବେଙ୍ଗୁଲି

ବଢିବ ଆମ ସଞ୍ଚୟ ନ ଗଲେ ଆମେ ତ ବୁଲି


ଡରାଇ ଡରାଇ କରୋନା କରିଲାଣି ଅଧାପ୍ରାଣ

ଏବେ ଆସିଲା ତା ବଡଭାଇ ନାମ ତ ଓମିକ୍ରନ


ବେଙ୍ଗ କହେ ବେଙ୍ଗୁଲି ଲୋ ଯିବା ଚାଲ ନନ୍ଦନକାନନ

ସନ୍ତସନ୍ତିଆ ଯାଗା ସେ ତ ଲାଗେ ସତେ କୁଞ୍ଜବନ


କୋଳାକୋଳି କୋଳାହଳେ ପଡୁଥିବ ଉଠୁଥିବ

ତୁମ ସାଥେ ମୋ ଜୀବନ ସୁଖେ କଟିଯିବ।



Rate this content
Log in

Similar oriya poem from Comedy