STORYMIRROR

shmitaa mohanty

Classics

3  

shmitaa mohanty

Classics

ମାଆ

ମାଆ

1 min
157

ଦିନ ସାରାର ଥକାପଣ, ମାଆର ପଣତ ତଳେ

ସାରା ଜୀବନର ଖୁସି ମାଆର କୋଳେ

ସାତ ଜନ୍ମ ର ପାପ ଯାଏ ଧୋଇ ମାଆର ଆଶିଷ ମିଳେ

ପେଟ ଚିହ୍ନେ ମାଆ ମନ ବୁଝେ ମାଆ

ସାତ ଦରିଆ ପାର ହୋଇ ପରୀ ରାଇଜ ନିଏ ବୁଲାଇ

ଭଲ ମନ୍ଦ ଯାହା ହେଉ ଖୋଇ ଦିଏ ଗପ ଶୁଣାଇ

ନାନାବାୟା ଗୀତ ସଙ୍ଗେ ମନପବନ ଘୋଡ଼ାରେ

ମାଆ ବୁଲାଇଆଣେ ବିନା ଖର୍ଚ୍ଚ ରେ

ଗାଁ ଶେଷରେ ପାଲା,ଆଉ ଯାତରା ଦେଖାଇ

ବେଲୁନ ଦେଇ ବୁଝାଇଦିଏ,

ଆମେ ବି ବୁଝି ଯାଉ ଜିଦି କରିବାକୁ ଇଚ୍ଛା ହୁଏନି

ମାଆ ସତରେ ମହାନ ସବୁ ସହି ଆମକୁ ବଡ କରେ

ଆମ ସମୟ ଆସିଲେ , 

ଆମେ ଭୁଲି ଯାଉ ଆମ କର୍ତ୍ତବ୍ୟ,

ଅଭିମାନ ଅଭିଯୋଗ ଯାହା ଥାଏ ସବୁ ସେ ପାଶୋରି ଦିଏ

ତଥାପି ସାରା ଜୀବନର କଷ୍ଟକୁ ଭୁଲି 

ଆମ ଦୋଷ କୁ ଲୁଚାଇ ସେ ଭଲପାଏ

ଆମେ ତା ଭଳି ଆଉ କାହାକୁ ପାଇବା ନାହିଁ

ହେଲେ ଧୈର୍ଯ୍ୟ ହରା ହୋଇ ସମ୍ପର୍କକୁ ହରାଇବସୁ

ସମୟ ପୂର୍ବରୁ ଯଦି ସଜାଡି ନେବା ତେବେ ଭଲ ହେବ

ପଛରେ ମାଆ ମାଆ ଯେତେ ଖୋଜିଲେ ବି କିଛି ନ ଥିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics