STORYMIRROR

shmitaa mohanty

Fantasy

3  

shmitaa mohanty

Fantasy

ସମସ୍ୟା

ସମସ୍ୟା

1 min
155

ବେଳେ ବେଳେ ଜୀବନଟା ଭାରି ସରଳ ଲାଗେ

ବେଳେ ବେଳେ ମନଟା ଭାରି ରଙ୍ଗୀଲା ଲାଗେ

ଯେତେ ବୁଝି ବିଚାରି ଆଗକୁ ପାଦ ବଢାଇଲେ

କାହା ହାତ ଧରି ଥିରି ଥିରି ବାଟ ଚାଲିଲେ

ଜୀଭକୁ ନିଜ ଆୟତରେ ରଖି କଥା ହେଲେ

ଆଉ ସବୁ ଭାବି ଚିନ୍ତି ସଞ୍ଜମତା ଆଚରିଲେ

କିଛି ଲାଭ ହୁଏନା, ସୃଷ୍ଟି ହୁଏ ସମସ୍ୟା

ବାପା ସବୁବେଳେ ଖଟନ୍ତି,ମାଆ ରୋଷେଇ କରନ୍ତି

ଜେଜେ ଦାଦା ଭାଇ ଭଉଣୀ ସମସ୍ତେ ଏକାଠି ଥାଆନ୍ତି

ଖୁସିର ମୁହୂର୍ତ୍ତକୁ ମିଶିକି କାଟନ୍ତି ଆଉ ଦରକାର ବେଳେ

ସାଙ୍ଘାତିକ ଝଗଡା କରନ୍ତି,

ପରିସ୍ଥିତିର ଦାସ ହୋଇ ଆପଣା ପର ଭୁଲି ଯାଆନ୍ତି

ତଥାପି ଅଜାଣତରେ କବାଟ ଖଟ ଖଟ କରେ ସମସ୍ୟା

ଏଇ ସମସ୍ୟା ବହୁଳ ଚଲାପଥରେ ଭିତରେ ଆମେ

ଖୁସିରେ ସମୟ ବିତେଇ ଦେଉ,

ସବୁ ଭୁଲି ପୁଣି ନୂଆ ଆଶା ନୂଆ ସ୍ବପ୍ନ

ଆଉ ନୂଆ ରାସ୍ତା ରେ ପଥିକ ସାଜୁ

ଆଉ କିଛି ନୂଆ ସମ୍ପର୍କକୁ ସାକାର କରୁ

ପୁରୁଣା ସମସ୍ୟାକୁ ଭୂଲି ଆଗେଇ ଯାଉ

ଆଉ ଗୋଟେ ନୂଆ ସକାଳର ଅପେକ୍ଷାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy