Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ମନ ରତ୍ନ ଖଟେ

ମନ ରତ୍ନ ଖଟେ

1 min
334



ଭକତର ଜପାମାଳି ମନ ବନ ବନମାଳି

ହୃଦୟ ମନ୍ଦିରେ ଭକ୍ତି ପ୍ରଦୀପ ଜାଳି

ଆସ ଆସ ଆସ ହରି ଚତୁର୍ଦ୍ଧାରୂପକୁ ଧରି

ହୃଦୟ ମନ୍ଦିର ଦ୍ୱାର ରଖିଛି ଖୋଲି

ଶ୍ରଦ୍ଧା ଫୁଲେ ହୃଦ ସଜାଡି

ଭକ୍ତି ଘୃତ ଆଳତିକୁ ନ ଦିଅ ଏଡି ।


ସବୁପୂଣ୍ୟ ମୋର ହେଉ ଦୟଣା ହେ ମହାବାହୁ.

ମନ ରତ୍ନଖଟେ ଭକ୍ତି ସଜ୍ଜ୍ୟାଟି ହେଉ

ଆତ୍ମା ପୂଜାପଣ୍ଡା ସାଜି ମନ ଜାଣି ଦେବ ଖଞ୍ଜି

ଅର୍ଜିଥିବା ସତକର୍ମ ଲାଗି ଲଗାଉ

ଭାବିବ ଅବଢ଼ା ତୁମର

ତଵ ପ୍ରେମସ୍ରୋତେ ଯାଉ ଜୀବନ ମୋର ।


ପୂଜାଧୂଜା ଜାଣେ ନାହିଁ ଅଧମ ମଣିଷ ମୁହିଁ

ଶ୍ରଦ୍ଧା ଭକ୍ତି ସମର୍ପଣ ହୃଦୟେ ବହି

ଜଗତ କରତା ନାଥ ଆହେ ପ୍ରଭୁ ଜଗନ୍ନାଥ

ଅଧମ ମିନତୀ କରେ ଚରଣେ ରହି

ଦୟାବହ ଦୟାସାଗର

ଅସାର ସଂସାରୁ ପ୍ରଭୁ ହେବି ଉଦ୍ଧାର ।


Rate this content
Log in

Similar oriya poem from Inspirational