STORYMIRROR

Satyabati Swain

Inspirational

3  

Satyabati Swain

Inspirational

ଗାଁ ରେ ଶୀତ

ଗାଁ ରେ ଶୀତ

1 min
358

ପତଳା ଶୀତ

ପାଦ ଥାପିଛି 

ମୋ ଗାଁ ରେ।


ପାଚିଲା ଧାନ କେଣ୍ଡା

ନଇଁ ପଡୁଛି ଭାରରେ

ସୋରିଷ ଫୁଲ ଓଡିଶୀ

ନାଚେ ପବନରେ।


କୋବି କିଆରୀରେ

ପାଳଭୂତ ହାତ ଠାରି

ଯେମିତି ଡାକୁଛି ଶୀତକୁ

ଛକରେ ବାଦାମ ଭଜାର ରାଜୁତି।


ଲିପାପୋଛା 

ମଗୁଶୁର କାନ୍ଥ ହସୁଛି ଝୋଟିରେ

ଖଳା ହସୁଛି

ଧାନ ଗଦାରେ ଭର୍ତ୍ତୀ ହୋଇ

କାକର ପାଦ ଧୋଉଛି ଚାଷୀର।


ଶାଲ୍ ସ୍ବେଟର ଓ କମ୍ବଳ

ସଜ ହେଲେଣି

ଆଲ୍ମିରାରୁ ବାହାରିବାକୁ

ପଖାଳ କଂସାର ମନ

ଗରମ ଥାଳି ଖୁସିରେ

ହେକୁଟି ମାରୁଛି।


ପରଦେଶୀ ଭାଇକୁ

ମନେ ପକାଉଛି

ମୋ ଭାଉଜ

ଦଗ୍ଧ ବିଦଗ୍ଧ ହୋଇ

ମନ ଊଣା ତାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational