STORYMIRROR

Satyabati Swain

Inspirational

3  

Satyabati Swain

Inspirational

ଗାଁ ରେ ଶୀତ

ଗାଁ ରେ ଶୀତ

1 min
347

ପତଳା ଶୀତ

ପାଦ ଥାପିଛି 

ମୋ ଗାଁ ରେ।


ପାଚିଲା ଧାନ କେଣ୍ଡା

ନଇଁ ପଡୁଛି ଭାରରେ

ସୋରିଷ ଫୁଲ ଓଡିଶୀ

ନାଚେ ପବନରେ।


କୋବି କିଆରୀରେ

ପାଳଭୂତ ହାତ ଠାରି

ଯେମିତି ଡାକୁଛି ଶୀତକୁ

ଛକରେ ବାଦାମ ଭଜାର ରାଜୁତି।


ଲିପାପୋଛା 

ମଗୁଶୁର କାନ୍ଥ ହସୁଛି ଝୋଟିରେ

ଖଳା ହସୁଛି

ଧାନ ଗଦାରେ ଭର୍ତ୍ତୀ ହୋଇ

କାକର ପାଦ ଧୋଉଛି ଚାଷୀର।


ଶାଲ୍ ସ୍ବେଟର ଓ କମ୍ବଳ

ସଜ ହେଲେଣି

ଆଲ୍ମିରାରୁ ବାହାରିବାକୁ

ପଖାଳ କଂସାର ମନ

ଗରମ ଥାଳି ଖୁସିରେ

ହେକୁଟି ମାରୁଛି।


ପରଦେଶୀ ଭାଇକୁ

ମନେ ପକାଉଛି

ମୋ ଭାଉଜ

ଦଗ୍ଧ ବିଦଗ୍ଧ ହୋଇ

ମନ ଊଣା ତାର।


Rate this content
Log in

Similar oriya poem from Inspirational