STORYMIRROR

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଜାତୀୟକବି ବୀରକିଶୋର

ଜାତୀୟକବି ବୀରକିଶୋର

1 min
353


ବୀରଦାସ ତୁମେ ଜାତୀୟବୀର

ଓଡ଼ିଶା ରାଇଜେ ତୁମରି ଘର ll

ଲେଖିଲ କବିତା ଧାଡ଼ି କି ଧାଡ଼ି

ସ୍ୱାଧୀନ ସଇନି ଚାଲିଲେ ମାଡି ll

ଇଂରେଜ ଶାସନ ବନ୍ଧୁକ ଗୁଳି

ତୁମ ବାଟୁଳିରେ ପଡ଼ିଲେ ଟଳି ll

ଶାଣିତ ଦାସଙ୍କ ତୀକ୍ଷ୍ଣ କଲମ

ପୀଡ଼କ ଛାତିରେ ଶକ୍ତ ଵଲମ ll

କବିତାରେ ତୁମ ଅଶେଷ ତାତି

ସ୍ୱାଧୀନସେନାନୀ ଉଠିଲେ ମାତି ll

ଦେଶ ପ୍ରେମ ଭରା ତୁମରି ଗୀତ

ବାଞ୍ଛାନିଧି କରି ତାକୁ ସଂଗୀତ ll

ହାରମାନୀଟିଏ କାନ୍ଧେ ପକାଇ

ଘରଘର ହୋଇ ବୁଲିଲେ ଗାଇ ll

ତୁମ୍ଭ ଗୀତ ଓଜସ୍ବୀନୀର ବାଣୀ

ସଂଗ୍ରାମୀ ଭାଇଙ୍କୁ ଆଣିଲା ଟାଣି ll

ଜାଳିଦେଲ ଦେଶେ ବିଦ୍ରୋହ ନିଆଁ

ଇଂରେଜ ଶାସନ ହେଲା ଛାନିଆ ll

ବାଜ୍ୟାପ୍ତି, ଜବତ, ପୁସ୍ତକ ପୋଡ଼ି

ଟାଣି ନେଲେ ଆସି ନାଲି ପଗଡ଼ି ll

କେତେଦିନ ଦେଲ ଜେଲରେ କାଟି

ବାହାରି ଚାଲିଲା କବିତା ଖଟି ll

କବିତା ଟି ତୁମ ଅଣୁ କମାଣ

ଗାଣ୍ଡିବ ଧନୁରେ ଅର୍ଜୁନ ବାଣ ll

ଶାସନ ଦଣ୍ଡରେ ଯିବ କି ଦବି

ଶ୍ରୀବୀରକିଶୋର ଜାତୀୟ କବି ll

ଏ ଜାତି ନମସ୍ୟ ମହା ମନୀଷୀ

ରାଷ୍ଟ୍ରବନ୍ଧୁ ଆହେ ତୁମ୍ଭେ ରାଷ୍ଟ୍ରଶ୍ରୀ ll

ଜନମ ଦିନେ ଦେଉ ଶ୍ରଦ୍ଧାଞ୍ଜଳୀ

ବାଜୁ ଥାଉ ତୁମ୍ଭ ବୀର କାହାଳୀ ll

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational