ଜାତୀୟକବି ବୀରକିଶୋର
ଜାତୀୟକବି ବୀରକିଶୋର
ବୀରଦାସ ତୁମେ ଜାତୀୟବୀର
ଓଡ଼ିଶା ରାଇଜେ ତୁମରି ଘର ll
ଲେଖିଲ କବିତା ଧାଡ଼ି କି ଧାଡ଼ି
ସ୍ୱାଧୀନ ସଇନି ଚାଲିଲେ ମାଡି ll
ଇଂରେଜ ଶାସନ ବନ୍ଧୁକ ଗୁଳି
ତୁମ ବାଟୁଳିରେ ପଡ଼ିଲେ ଟଳି ll
ଶାଣିତ ଦାସଙ୍କ ତୀକ୍ଷ୍ଣ କଲମ
ପୀଡ଼କ ଛାତିରେ ଶକ୍ତ ଵଲମ ll
କବିତାରେ ତୁମ ଅଶେଷ ତାତି
ସ୍ୱାଧୀନସେନାନୀ ଉଠିଲେ ମାତି ll
ଦେଶ ପ୍ରେମ ଭରା ତୁମରି ଗୀତ
ବାଞ୍ଛାନିଧି କରି ତାକୁ ସଂଗୀତ ll
ହାରମାନୀଟିଏ କାନ୍ଧେ ପକାଇ
ଘରଘର ହୋଇ ବୁଲିଲେ ଗାଇ ll
ତୁମ୍ଭ ଗୀତ ଓଜସ୍ବୀନୀର ବାଣୀ
ସଂଗ୍ରାମୀ ଭାଇଙ୍କୁ ଆଣିଲା ଟାଣି ll
ଜାଳିଦେଲ ଦେଶେ ବିଦ୍ରୋହ ନିଆଁ
ଇଂରେଜ ଶାସନ ହେଲା ଛାନିଆ ll
ବାଜ୍ୟାପ୍ତି, ଜବତ, ପୁସ୍ତକ ପୋଡ଼ି
ଟାଣି ନେଲେ ଆସି ନାଲି ପଗଡ଼ି ll
କେତେଦିନ ଦେଲ ଜେଲରେ କାଟି
ବାହାରି ଚାଲିଲା କବିତା ଖଟି ll
କବିତା ଟି ତୁମ ଅଣୁ କମାଣ
ଗାଣ୍ଡିବ ଧନୁରେ ଅର୍ଜୁନ ବାଣ ll
ଶାସନ ଦଣ୍ଡରେ ଯିବ କି ଦବି
ଶ୍ରୀବୀରକିଶୋର ଜାତୀୟ କବି ll
ଏ ଜାତି ନମସ୍ୟ ମହା ମନୀଷୀ
ରାଷ୍ଟ୍ରବନ୍ଧୁ ଆହେ ତୁମ୍ଭେ ରାଷ୍ଟ୍ରଶ୍ରୀ ll
ଜନମ ଦିନେ ଦେଉ ଶ୍ରଦ୍ଧାଞ୍ଜଳୀ
ବାଜୁ ଥାଉ ତୁମ୍ଭ ବୀର କାହାଳୀ ll
