STORYMIRROR

shmitaa mohanty

Inspirational

3  

shmitaa mohanty

Inspirational

କୋଣାର୍କର ବ୍ୟଥା

କୋଣାର୍କର ବ୍ୟଥା

1 min
413

ତୁମେ ଚାହିଁ ଥିଲ କରିବାକୁ ମୋତେ

ସୁନ୍ଦର ଆକର୍ଷିତ

ପରିଦର୍ଶକ ମାନଙ୍କୁ ଆବୋରି ଆଣେ

ମୋର ସୌନ୍ଦର୍ଯ୍ୟ ଭେଟିଦିଏ ମୋର ନାଟ ମଣ୍ଡପ

ଓଡ଼ିଶାର ସସ୍କୃତି ଓ ପରମ୍ପରା ଭରା ଇତିହାସ ରେ

ସ୍ବାଗତ କରେ ମୁଁ ସମସ୍ତଙ୍କୁ

ପ୍ରତି ବଦଳରେ ପ୍ରଶଂସା ମଧ୍ୟ ପାଏ

ହେଲେ

ଏ ଯାଏ ବୁଝାଇ ପାରିନି

ସେ ମାଆର ମନକୁ

ଯିଏ ସମର୍ପିଥିଲା ବାର ବର୍ଷର ଶିଶୁ ପୁତ୍ରକୁ

ଅଝଟିଆ ଧର୍ମପଦକୁ

ଆଣିଦେଇଥିଲା ସେ ମୋତେ ପୂର୍ଣ୍ଣତା

କିନ୍ତୁ

ପାରିଲିନି ତାକୁ ବଞ୍ଚାଇ

ଏବେ ବି ମୁଁ ଶୁଣି ପାରେ

ତା ମାଆର କ୍ରନ୍ଦନ

ନିସ୍ତବ୍ଧ ରାତିର ନିର୍ଜନତା ଭିତରେ

ଅନୁଭବ କରେ

ପୁତ୍ର ପାଇଁ ଥିବା ବ୍ୟାକୁଳତା

ଏଥିପାଇଁ ହୁଏ ମୁଁ ମର୍ମାହତ

ସାଧାରଣ ମଣିଷ ଲାଗି

ପଥରରେ ସୁସଜ୍ଜିତ ମୁଁ କୋଣାର୍କ

କେବଳ..

କବି ହିଁ ବୁଝିପାରେ ମୋର ବ୍ୟଥା

ବୁଝାଇଦିଏ ତା ମାଆକୁ

ତାର ସୁନ୍ଦର ଶବ୍ଦ ଚାତୁରୀରେ

ମାଆ

ଧର୍ମପଦ ଆଜି ବି ବଞ୍ଚିଛି

ପ୍ରତିଟି ଶିଶୁ ପ୍ରାଣରେ

କବିର କଲମ ମୁନରେ

ଓଡ଼ିଆ ଜାତିର ସ୍ୱପ୍ନରେ ଆଶାରେ

ଆଉ 

ମୁଁ କୋଣାର୍କ .

ତାକୁ ସାଇତି ରଖିଛି

ମୋ ସ୍ମୃତି ପଟରେ

ହଁ... ମାଆ ହଁ...

ଏକାନ୍ତ ନିଜର କରି 

ମୋ ଛାତି ଭିତରେ

ମୋ ଛାତି ଭିତରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational