Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational

4  

Arjuni charan Behera

Inspirational

ବକ ପଞ୍ଚୁକ

ବକ ପଞ୍ଚୁକ

1 min
487


ସୁଧାର ସେ ପକ୍ଷୀ ଏକ ଧୋବ ଫରଫର l

ଚୁରୁକି ମଥା ବାବାଜୀ ବଗ ନାମ ତାର ll


ମହାଭାରତରେ ଶୁଣି ଥିବ ଉପାଖ୍ୟାନ l

ଧର୍ମ ବକ ପୁଛି ଥିଲା ଚାରୋଟି ପ୍ରଶନ ll


ଯୁଧିଷ୍ଠିର ଯଥାର୍ଥରେ ସେ ଉତ୍ତର ଦେଇ l

ଧର୍ମବଳେ ଫେରିପାଇଥିଲେ ମୃତ ଭାଇ ll


ରାମାୟଣେ ଅଛି ଏକ ବକର କାହାଣୀ l

ସୀତା ଅନ୍ୱେଷଣେ ବୁଲୁଥିଲେ ଭାଇ ବେନି ll


ରାବଣ ଯେକାଳେ ନେଲା ଜାନକୀ ଚୋରାଇ l 

ବକ ଏକ ଦେଖି ଥିଲା ବୃକ୍ଷ ପରେ ଥାଇ ll


ସେ ବକ ସାକ୍ଷାତ କରି ଶ୍ରୀରାମ ଲକ୍ଷ୍ମଣ l

ଜାଣିଲେ ସୀତା ହରିଛି ଲଙ୍କାର ରାବଣ ll


ଆନନ୍ଦେ କହିଲେ ପ୍ରଭୁ କରୁଣାର ସିନ୍ଧୁ l

ଧାତାଦେଲା ଭାଗ୍ୟେ ବକ ତୁମପରି ବନ୍ଧୁ ll


ହେ ବକ ମହାତ୍ମା ମାଗିନିଅ ଇଚ୍ଛା ବର l

ତୁମ୍ଭଙ୍କୁ ଅଦେୟ ନାହିଁ କିଛିଟି ମୋହର ll


ବକ ଶ୍ରୀରାମେ ମାଗିଲା ତହୁଁ ହାତଯୋଡ଼ି l

ଵର୍ଷା ଚାତୁର୍ମାସ୍ୟେ ଯେବେ ଲାଗିଥିବ ଝଡ଼ି ll


ବର ଦିଅ ଖୋଜିବାକୁ ଯିବି ନାହିଁ ମୀନ l

ବସାରେ ବସିକି ମୋତେ ମିଳିବ ଭୋଜନ ll


ଶ୍ରୀରାମ ବୋଇଲେ ବକ ଦେଲି ସେହି ବର l

ଏକାଳେ ଭୋଜନ ଦେବ ପତ୍ନୀ ଆଣି ତୋର ll


ବକ ବୋଲେ ପ୍ରଭୁ ଏହା ଅଟେ କି ଉଚିତ l

କେମନ୍ତେ ଭକ୍ଷିବି ମୁହିଁ ପତ୍ନୀର ଉଚ୍ଛିଷ୍ଟ ll


ଶ୍ରୀରାମ ବୋଇଲେ ବକ ଛାଡ଼ ଏହି ଚିନ୍ତା l

ପତି ପତ୍ନୀ ଭିନ୍ନ ନୁହେଁ ଅଟେ ଏକ ଆତ୍ମା ll


ଏ ହୋଇବ ଖ୍ୟାତ ବକ ଚାତୁର୍ମାସ୍ୟା ବ୍ରତ l

ଏହାର ଫଳ ପ୍ରାଣୀଙ୍କୁ ହୋଇବ ପ୍ରାପତ ll


ପୂଣ୍ୟ କାର୍ତ୍ତିକରେ ବ୍ରତ ପାଳି ଯେଉଁ ଜନ l

ପଞ୍ଚୁକ କରିବ ତେଜି ଆମିଷ ଭୋଜନ ll


ପାଞ୍ଚ ଦିନ ଜଗତରେ ହୋଇବ ବିଖ୍ୟାତ l

ବକ ପଞ୍ଚୁକ ନାମରେ ସର୍ବତ୍ର ବିଦିତ ll


ପଞ୍ଚୁକ ପାଞ୍ଚଟି ଦିନ ଅତି ପୁଣ୍ୟ ଦାୟୀ l

ଆମିଷ ଭୋଜି ବଗ ବି ତାହା ପାଳୁଥାଇ ll


କାର୍ତ୍ତିକରେ ଦେଖ ବକ ହୋଇ ମାଳମାଳ l

ବଗ ଗହନେ ବସନ୍ତି ନୀରବ ନିଶ୍ଚଳ ll


ସର୍ବଦା ଆମିଷ ଭୋଜି ଛାଡ଼ିଅଛି ମୀନ l

ପଞ୍ଚୁକ ପାଳୁଛି କରି ପରଂବ୍ରହ୍ମେ ଧ୍ୟାନ ll



Rate this content
Log in

Similar oriya poem from Inspirational