STORYMIRROR

Geetanjali Prusty

Inspirational

4  

Geetanjali Prusty

Inspirational

ମୋ ସ୍ବପ୍ନର ପୃଥିବୀ

ମୋ ସ୍ବପ୍ନର ପୃଥିବୀ

1 min
14


ଗଭୀର ନିଦ୍ରାରେ ଶୋଇ

ଦେଖିଲି ମୁଁ ସ୍ବପ୍ନ

ଏକ ସୁନ୍ଦର ପୃଥିବୀ

ଶାନ୍ତ, ସବୁଜ, ଶୀତଳ

ଚତୁର୍ପାର୍ଶ୍ୱେ ଗୁଞ୍ଜରିତ

ମାନବ ବାଦର ମନ୍ତ୍ର

କୋଳାହଳ, ଭାଇଚାରା

ଏକାକାର ସାମଗ୍ରିକ ସତ୍ତା !!


ନା ଥିଲା ଈର୍ଷା, ଅହଂକାର

ନା ଯୁଦ୍ଧ ଦୁନ୍ଦୁଭି,

ନଥିଲା ପରିବେଶ ପ୍ରଦୂଷଣ

ଅବା ଶବ୍ଦର ଘନ ଘଟା


ଖାଲି ମେଞ୍ଚା ମେଞ୍ଚା

ମମତାର ମଧୁଲିପି,

ସଦିଛାର ସମ୍ମୋହନ,

ଅତ୍ମୀୟତାର ଆମନ୍ତ୍ରଣ,

ମୁକ୍ତ ମଳୟ ସାଥେ 

ପ୍ରଶସ୍ତ ବାତାୟନ

କି ସୁନ୍ଦର ଏ ବିଶ୍ୱ !!


ଫୁଲ ଭଳି ବଗିଚାରେ

ଘୁରି ବୁଲୁଥିଲେ

କୁନି କୁନି ନିଷ୍ପାପ ଶିଶୁ,

ନିଆରା ବିଶ୍ୱର ଭବିଷ୍ୟତ

ଖିଲି ଖିଲି ହସରେ

ପୁଲକିତ ପୁଷ୍ପ ବାଟିକା 

ଶୋଭା ତା'ର

ଦ୍ବିଗୁଣିତ ହେଉଥିଲା

ସେହି ଅମୃତର ସନ୍ତାନ ମାନଙ୍କ

କ୍ରୀଡ଼ା କୌତୁକରେ ll


ଖାଦ୍ୟର ପ୍ରଚୁର୍ଯ୍ୟରେ

ବଦଳି ଥିଲା ଭୋକର ଭୂଗୋଳ,

ଋତୁମାନେ ଆସୁଥିଲେ

ଯାଉଥିଲେ,ନିଜ ନିଜ 

କର୍ତ୍ତବ୍ୟ ସାଧନେ,

ସଚେତନ ସମସ୍ତେ

ମନୁଷ୍ୟ, ପ୍ରକୃତି, ପରିବେଶ

ଓଃ, କି ଶାନ୍ତି ! କି ଆତ୍ମ ତୃପ୍ତି !

ନିବିଡ଼ ଏକ ସମ୍ମୋହନ,

ଆକଣ୍ଠ ଆଶ୍ୱାସନା

ସ୍ନେହ,ପ୍ରୀତି,ମମତାର

ବନ୍ଧନରେ ସର୍ବେ ଏକାକାର ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational