ମୋ ସ୍ବପ୍ନର ପୃଥିବୀ
ମୋ ସ୍ବପ୍ନର ପୃଥିବୀ
ଗଭୀର ନିଦ୍ରାରେ ଶୋଇ
ଦେଖିଲି ମୁଁ ସ୍ବପ୍ନ
ଏକ ସୁନ୍ଦର ପୃଥିବୀ
ଶାନ୍ତ, ସବୁଜ, ଶୀତଳ
ଚତୁର୍ପାର୍ଶ୍ୱେ ଗୁଞ୍ଜରିତ
ମାନବ ବାଦର ମନ୍ତ୍ର
କୋଳାହଳ, ଭାଇଚାରା
ଏକାକାର ସାମଗ୍ରିକ ସତ୍ତା !!
ନା ଥିଲା ଈର୍ଷା, ଅହଂକାର
ନା ଯୁଦ୍ଧ ଦୁନ୍ଦୁଭି,
ନଥିଲା ପରିବେଶ ପ୍ରଦୂଷଣ
ଅବା ଶବ୍ଦର ଘନ ଘଟା
ଖାଲି ମେଞ୍ଚା ମେଞ୍ଚା
ମମତାର ମଧୁଲିପି,
ସଦିଛାର ସମ୍ମୋହନ,
ଅତ୍ମୀୟତାର ଆମନ୍ତ୍ରଣ,
ମୁକ୍ତ ମଳୟ ସାଥେ
ପ୍ରଶସ୍ତ ବାତାୟନ
କି ସୁନ୍ଦର ଏ ବିଶ୍ୱ !!
ଫୁଲ ଭଳି ବଗିଚାରେ
ଘୁରି ବୁଲୁଥିଲେ
କୁନି କୁନି ନିଷ୍ପାପ ଶିଶୁ,
ନିଆରା ବିଶ୍ୱର ଭବିଷ୍ୟତ
ଖିଲି ଖିଲି ହସରେ
ପୁଲକିତ ପୁଷ୍ପ ବାଟିକା
ଶୋଭା ତା'ର
ଦ୍ବିଗୁଣିତ ହେଉଥିଲା
ସେହି ଅମୃତର ସନ୍ତାନ ମାନଙ୍କ
କ୍ରୀଡ଼ା କୌତୁକରେ ll
ଖାଦ୍ୟର ପ୍ରଚୁର୍ଯ୍ୟରେ
ବଦଳି ଥିଲା ଭୋକର ଭୂଗୋଳ,
ଋତୁମାନେ ଆସୁଥିଲେ
ଯାଉଥିଲେ,ନିଜ ନିଜ
କର୍ତ୍ତବ୍ୟ ସାଧନେ,
ସଚେତନ ସମସ୍ତେ
ମନୁଷ୍ୟ, ପ୍ରକୃତି, ପରିବେଶ
ଓଃ, କି ଶାନ୍ତି ! କି ଆତ୍ମ ତୃପ୍ତି !
ନିବିଡ଼ ଏକ ସମ୍ମୋହନ,
ଆକଣ୍ଠ ଆଶ୍ୱାସନା
ସ୍ନେହ,ପ୍ରୀତି,ମମତାର
ବନ୍ଧନରେ ସର୍ବେ ଏକାକାର ll