STORYMIRROR

Binodini Dash

Inspirational

4  

Binodini Dash

Inspirational

ଦୁଃଖ ଯଦି ଆସେ କେବେ

ଦୁଃଖ ଯଦି ଆସେ କେବେ

1 min
18


ଦୁଃଖ ଯଦି ଆସେ କେବେ

ସାଥେ ଘେନି ବନ୍ଧୁ ପରିଜନ

କୋରଡା ପରେ କୋରଡା 

ଭାଙ୍ଗି ଦେଇ ହୃଦୟର ଗଡ଼

ସୁଖସବୁ କରିନିଏ ଲୁଣ୍ଠନ ।


ଦିଏ ନାହିଁ ଅବକାଶ

ସାଉଁଟି ତୋଳି ଧରିବାକୁ 

ଟିକିଏ ମାତ୍ର ଖୁସି

ଜୀବନ ଯନ୍ତ୍ରଣା ଭିତରେ

ହୃଦୟ ହୁଏ କରତି

ବୁଝେନି ଅମାନିଆ ମନ

ପାରେନି ନିଜକୁ ଆଶ୍ବାସୀ ।


ବୋହିଯାଏ ଥପଥପ୍ 

ସତେ କି ଲହୁର ଧାର !

ଆଶା ଭରସାହୀନ ଆଖି

କେବଳ ଛୁଇଁ ଦିଗ୍ବଳୟ

ଫେରିଆସେ ପୁଣି

ମାପି ମାପି ସେହି ଦୁଃଖର ସରହଦ

ଅନିଚ୍ଛୁକ ଚାହାଣୀରେ 

ଉପାୟଶୂନ୍ୟ ଭିତରେ

ରହିଥାଏ ଦୁ଼ଃଖୀ ।


ଦୁଃଖ ଯଦି ଆସେ କେବେ

ନହୋଇ ବ୍ୟଥିତ

ଆପ୍ରାଣ ଉଦ୍ୟମ ଚେଷ୍ଟାରେ

ଧୈର୍ଯ୍ୟ ଆଉ ଆତ୍ମବିଶ୍ବାସର ସାଥେ

ମଙ୍ଗକୁ ବୁଲାଇ ନେଇ

ସଳଖରେ ଭିଡ଼ି ଧରି ଦଣ୍ଡାୟମାନ

ହୋଇଯାଏ ସମସ୍ୟାର ସମାଧାନ

ଅପରିଯାଏ ସବୁ ପରମାଦ

ଜୀବନ ତୋଳଇ ଶୁଭ ବଂଶୀର ନିନାଦ ।


ଦୁଃଖ ଯଦି ଆସେ କେବେ

ଛାଡ଼ି ଚାଲିଯାଆନ୍ତି ଆପଣାର ସ୍ବାର୍ଥୀ ଜନ

ମନଟି ଉଠଇ ବିଷେଇ

ସେହି ନିଜ ଲୋକ ପ୍ରତି

ଏଠି କିଏ ବା ଆପଣାର

ସଭିଏଁ ପରା ତୋଳିଛନ୍ତି ସ୍ବାର୍ଥ ସଙ୍ଗେ ଘର

ତାକୁ ଭାବି କିଆଁ ନିଜକୁ କଷ୍ଟ ଦେଇ

ହେଉଥିବା ହରବର ?


ଦୁଃଖ ଯଦି ଆସେ କେବେ

ରହେ ନାହିଁ ଚିରସ୍ଥାୟୀ

ସ୍ବାଦକୁ ଚଖାଇ ମଣିଷକୁ ଚେତାଇ

ପୁଣି ଫେରାଇ ଦିଏ 

ହରି ନେଇଥିବା ସବୁକିଛି 

ଜଣାଇ ଦେଇ ବାସ୍ତବ ଜୀବନ

ପୁଣ୍ୟପଥେ କରାଏ ଗମନ ।


ଦୁଃଖସୁଖ ଦୁଇ ନାବେ

ଭରା ଦେଇ ଠିଆ ଏ ଜୀବନ

କେବେ ପ୍ରତିକୂଳେ କେବେ ଅନୁକୂଳେ

ଗତି ପରା ଏହାର ଲକ୍ଷଣ

ଅଧୀର, ବିଭୋର ନହୋଇ

ତା' ସହ ପାଦ ମିଳାଇ

ଚାଲୁଥିବା ପ୍ରତିକ୍ଷଣ

ଆଖ୍ୟାୟିତ ସ୍ଥିତପ୍ରଜ୍ଞ

ମନରେ ନଥିବ ସନ୍ତାପ କି ଦୁଃଖ

ଢାଳଥିବେ କୃପାବାରି କରୁଣାନିଧାନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational